୪ ମାସରେ କରୋନା ମାମଲାରେ ସବୁଠାରୁ ବଡ ଲମ୍ଫ, ୨୪ ଘଣ୍ଟାରେ ୧୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Jun 24, 2022, 10:04 am IST

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଦୁନିଆର ଅନେକ ଦେଶରେ ଲଢେଇ ଜାରି ରହିଛି। ଭାରତରେ ମଧ୍ୟ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣର ବୃଦ୍ଧି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୩୩୬ ଆକ୍ରାନ୍ତ ଚିହ୍ନଟ ହୋଇଛି। କରୋନାର ସକ୍ରିୟ ମାମଲା ସଂଖ୍ୟା ୮୮ ହଜାର ୨୮୪ କୁ ବୃଦ୍ଧି ପାଇଛି। ଗତ ୪ ମାସ ମଧ୍ୟରେ କରୋନା ମାମଲାରେ ଏହା ହେଉଛି ସବୁଠାରୁ ବଡ ବୃଦ୍ଧି।

ଗୁରୁବାର ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ୪ ହଜାର ୨୯୪ ଟି ବୃଦ୍ଧି ଘଟିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆହୁରି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ୧୩ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୯୫୪ କୁ ବୃଦ୍ଧି ପାଇଛି।

Related posts