କରୋନା ଅପଡେଟ୍: ୧ ଲକ୍ଷ ଅତିକ୍ରମ କଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

Published: Jun 30, 2022, 12:17 pm IST

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ୨୯.୭ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୧୯ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହା ସହିତ ଦେଶରେ ସକ୍ରିୟ ମାମଲା ଏକ ଲକ୍ଷ ଅତିକ୍ରମ କରିଛି। ବର୍ତ୍ତମାନ ୧ ଲକ୍ଷ ୪ ହଜାର ୫୫୫ ଲୋକ କରୋନାରେ ପୀଡିତ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ତେବେ କରୋନା କାରଣରୁ ଦେଶରେ ଏପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୫ ୧୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ୪ କୋଟି ୨୮ ଲକ୍ଷ ୨୨ ହଜାର ୪୯୩ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Related posts