Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ

July 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କର ଧର୍ମ। ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସୁଛି। ଏସବୁ ଅଘଟଣକୁ ଏଡାଇବା ପାଇଁ ଡାକ୍ତରମାନେ ସମାଜ ସହ ଜଡିତ ରହିବା ଉଚିତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ ଡିନ୍ ପ୍ରଫେସର ମିଶ୍ର ବିଶିଷ୍ଟ ଚିକିତ୍ସକ, ରାଜନୈତିକ, ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିବସ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ ବୋଲି ସେ କହିଥିଲେ। ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ରହିଥିବା ଡାକ୍ତର ରାୟ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଏବଂ ମେଡିକାଲ୍ କାଉନ୍‌ସିଲର ଅଫ୍ ଇଣ୍ଡିଆ (ବର୍ତ୍ତମାନର ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌) ପ୍ରତିଷ୍ଠା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

ଚଳିତ ବର୍ଷର ଜାତୀୟ ଡାକ୍ତର ଦିବସର ଥିମ୍ “ଫ୍ୟାମିଲି ଡକ୍ଟର୍ସ ଅନ୍ ଦ ଫ୍ରନ୍‌ଟ ଲାଇନ୍‌” ସମ୍ପର୍କରେ ବକ୍ତବ୍ୟ ରଖି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ମିଶ୍ର କହିଥିଲେ ଯେ ସେମାନେ ରୋଗୀମାନଙ୍କ ପରିବାର ସହ ଜଡିତ ହେବା ଆବଶ୍ୟକ। ଏହାଦ୍ୱାରା ସେମାନେ ସାମାଜିକ ସ୍ତରରେ ସ୍ୱାସ୍ଥ୍ୟସେବା ସହ ଅଧିକ ଜଡିତ ହୋଇପାରିବେ ବୋଲି ପ୍ରଫେସର ମିଶ୍ର କହିଥିଲେ।

ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ ଡ୍ରାଫ୍ଟ ବିଲ୍ ପ୍ରସ୍ତାବ ଅନୁଯାୟୀ ତୃତୀୟ ବର୍ଷର ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୋଟିଏ ଗ୍ରାମର ୭ ରୁ ୮ ଟି ପରିବାରକୁ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ସ୍ୱାସ୍ଥ୍ୟସେବାର ଯତ୍ନ ନେବେ। ଏହାଦ୍ୱାରା ରୋଗୀ ସେବା କ୍ଷେତ୍ରରେ ସେମାନେ ନିଜକୁ ଅଧିକ ଜଡିତ କରିପାରିବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ତେବେ ସମସ୍ତ ଛାତ୍ରଛାତ୍ରୀ ନିଜ ମଧ୍ୟରେ ଭାରତୀୟତାକୁ ବଜାୟ ରଖିବା ସହ ରାଷ୍ଟ୍ରଭାଷା କିମ୍ବା ମାତୃଭାଷାରେ କଥା ହୁଅନ୍ତୁ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଭଳି ଡାକ୍ତରୀ ଛାତ୍ରଛାତ୍ରୀମାନେ ସେବା ମନୋଭାବାପନ୍ନ ହୁଅନ୍ତୁ ଏବଂ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରନ୍ତୁ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗର ପ୍ରଫେସରମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟ, ପ୍ରଫେସର, ଫ୍ୟାକଲ୍ଟିସ୍‌, ଡାକ୍ତର ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ନାଟକ ମାଧ୍ୟମରେ ଡାକ୍ତରମାନଙ୍କର ସମାଜରେ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026
Latest News

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.