ଦେଶରେ କରୋନା ମାମଲାରେ ୧୨.୩% ବୃଦ୍ଧି, ୨୪ ଘଣ୍ଟାରେ ୨୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Jul 28, 2022, 11:17 am IST

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ୧୨.୩ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ୨୦ ହଜାର ୫୫୭ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୩୯ ଲକ୍ଷ ୫୯ ହଜାର ୩୨୧ କୁ ବୃଦ୍ଧି ପାଇଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୫ ଜଣ ପ୍ରାଣ ହରାଇଛନ୍ତି। ଭାରତରେ କରୋନା ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୫ ଲକ୍ଷ ୨୬ ହଜାର ୨୧୨ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ରୋଗୀମାନଙ୍କ ବିଷୟରେ କହିବାକୁ ଗଲେ ଦେଶରେ ୧ ଲକ୍ଷ ୪୬ ହଜାର ୩୨୨ ଜଣ ଲୋକ ଚିକିତ୍ସାଧୀନ ଅଛନ୍ତି।

Related posts