ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା: ଖୁବ୍ ଶୀଘ୍ର ବସ୍ ରେ ମାଗଣା ଯାତ୍ରା କରିବେ ମହିଳା

Published: Aug 10, 2022, 12:07 pm IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷା ବନ୍ଧନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘୋଷଣା କରିଛନ୍ତି। ଯାହା ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ମହିଳା ଆଜି ରାତି ୧୨ ଟା ପରେ ମାଗଣା ଭ୍ରମଣ ସୁବିଧା ପାଇପାରିବେ। ଅଗଷ୍ଟ ୧୨ ତାରିଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ମହିଳାମାନେ ଏହି ସୁବିଧା ପାଇବେ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବସ୍ ଯାତ୍ରା ସମୟରେ ଭଡା ଦେବାକୁ ପଡିବ ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଉତ୍ତରପ୍ରଦେଶର ରକ୍ଷା ବନ୍ଧନ ଅବସରରେ ସମସ୍ତ ମା, ଭଉଣୀ ଏବଂ ଝିଅମାନଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ସରକାରୀ ବସ୍ ରେ ଆଜି ମଧ୍ୟରାତ୍ର ୧୨ ଟାରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ମାଗଣା ଯାତ୍ରା ସୁବିଧା ଉପଲବ୍ଧ ହେବ। ଏହା ବ୍ୟତୀତ ସେ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶରେ ଖୁବ୍ ଶୀଘ୍ର ଆମେ ୬୦ ବର୍ଷରୁ ଅଧିକ ମା ଏବଂ ଭଉଣୀମାନଙ୍କ ପାଇଁ ସରକାରୀ ବସ୍‌ରେ ମାଗଣା ଯାତ୍ରା ବ୍ୟବସ୍ଥା କରିବାକୁ ଯାଉଛୁ।

ବିଏସ-୬ ବସ୍ କଲେ ଉଦ୍ଘାଟନ

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ଲକ୍ଷ୍ନୌରେ ବିଏସ୍-୬ ଡିଜେଲ ବସ୍ ଉଦ୍ଘାଟନ କରିଛନ୍ତି। ଏହି ସମୟରେ ସେ ପରିବହନ ବିଭାଗ ଅଧୀନରେ ପରିବହନ ବିଭାଗର ଅନେକ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ, ସାରଥୀ ହଲ୍ ଏବଂ ବସ୍ ଷ୍ଟାଣ୍ଡର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହା ବ୍ୟତୀତ ୧୫୦ ଟି ନୂତନ ବିଏସ୍-୬ ଡିଜେଲ ବସ୍ ର ପତାକା ଦେଖାଇ ଆରମ୍ଭ କରିଥିଲେ।

Related posts