ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ୍ ହେବ ଏହି ସବୁ ଟ୍ରେନ

Published: Sep 6, 2022, 7:28 pm IST

ଭୁବନେଶ୍ବର: ଲାଖୋଲି-ରାୟପୁର ଆର.ଭି ବ୍ଲକ ହଟ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ, ନୂତନ ରାୟପୁର ଷ୍ଟେସନର କାର୍ଯ୍ୟକ୍ଷମ ଏବଂ ମନ୍ଦିର ହସାଉଦ-ରାୟପୁର ଆର.ଭି ବ୍ଲକ ହଟର ପୁନଃନିର୍ମାଣ କାର୍ଯ୍ୟ ପାଇଁ ଟ୍ରେନ ସେବା ସାମୟିକ ପ୍ରଭାବିତ ହେବ।

ଟ୍ରେନର ବାତିଲ୍:

22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧୀଧାମରୁ 07.09.2022 ରେ ଏବଂ ପୁରୀରୁ 10.09.2022।

18518/18517 ବିଶାଖାପାଟନମ-କୋରବା -ବିଶାଖାପାଟନମ ଏକ୍ସପ୍ରେସ ବିଶାଖାପାଟନମରୁ 11.09.2022 ରେ ଏବଂ କୋରବା ଠାରୁ 12.09.2022।

08275/08276 ରାୟପୁର-ଜୁନାଗଡ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ରାୟପୁରରୁ 06.09.22 ରୁ 16.09.2022 ପର୍ଯ୍ୟନ୍ତ ଏବଂ ଜୁନାଗଡ ରୋଡରୁ 07.09.2022 ରୁ 17.09.2022 ପର୍ଯ୍ୟନ୍ତ।

18530/18529 ବିଶାଖାପାଟନମ୍- ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ।

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ।

ଟ୍ରେନର ଆଂଶିକ ବାତିଲ୍:

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022 ଠାରୁ 15.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 16.09.2022 ପର୍ଯ୍ୟନ୍ତ ପୁରୀ ଏବଂ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଓ ଏହି ଟ୍ରେନ ମହାସମୁନ୍ଦ ଏବଂ ଦୁର୍ଗ ମଧ୍ୟରେ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ।

08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ବିଶାଖାପାଟନମ୍ରୁ 06.09.2022 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ ବିଶାଖାପାଟନମ୍ ଏବଂ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଓ ଏହି ଟ୍ରେନ ମହାସମୁନ୍ଦ ଏବଂ ରାୟପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ପରିବର୍ତ୍ତିତ ମାର୍ଗରେ ଟ୍ରେନର ଚଳାଚଳ:

17482/17481 ତିରୁପତି-ବିଳାସପୁର-ତିରୁପତି ଏକ୍ସପ୍ରେସ ତିରୁପତିରୁ 08.09.2022 ଓ 11.09.2022 ରେ ଏବଂ ବିଳାସପୁରରୁ 10.09.2022 ଓ 13.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର-ବିଳାସପୁର ପରିବର୍ତ୍ତେ ଟିଟିଲାଗଡ-ସମ୍ବଲପୁର-ଝାରସୁଗୁଡା ରୋଡ ମାର୍ଗରେ ଚଳାଚଳ କରିବ।

12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022, 08.09.2022, 09.09.2022, 10.09.2022, 13.09.2022 ଓ 15.09.2022 ଏବଂ ଅହମ୍ମଦାବାଦରୁ 08.09.2022, 10.09.2022, 11.09 .2022, 12.09.2022 ଓ 15.09.2022 ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର-ଟିଟିଲାଗଡ ମାର୍ଗରେ ଚଳାଚଳ କରିବ।

20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 07.09.2022 ଓ 14.09.2022 ରେ ଏବଂ ଅହମ୍ମଦାବାଦରୁ 09.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର ମାର୍ଗରେ ଚଳାଚଳ କରିବ।

22827 ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ 11.09.2022 ରେ ସମ୍ବଲପୁର-ଟିଟିଲାଗଡ-ରାୟପୁର ପରିବର୍ତ୍ତେ ସମ୍ବଲପୁର-ଝାରସୁଗୁଡା ରୋଡ-ବିଳାସପୁର-ରାୟପୁର ମାର୍ଗରେ ଚଳାଚଳ କରିବ।

ଟ୍ରେନର ସମୟ ପରିବର୍ତ୍ତନ:

18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ବିଶାଖାପାଟନମ୍ ରୁ 12.09.2022 ରେ ରାତ୍ରି 9 ଘ 5 ମି ପରିବର୍ତ୍ତେ ମଧ୍ୟରାତ୍ରି 2 ଘ 5 ମି ରେ ଛାଡିବ।

12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ 08.09.2022 ଏବଂ 15.09.2022 ରେ ସକାଳ 9 ଘ 20 ମି ପରିବର୍ତ୍ତେ ଅପରାହ୍ନ 12 ଘ 20 ମି ରେ ଛାଡିବ।

12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ 12.09.2022 ରେ ସକାଳ 7 ଘଟିକା ପରିବର୍ତ୍ତେ ଅପରାହ୍ନ 12 ଘଟିକାରେ ଛାଡିବ।

20857 ପୁରୀ-ସାଇନଗର ଶିରଡି ଏକ୍ସପ୍ରେସ ପୁରୀରୁ 09.09.2022 ରେ ରାତ୍ରି 11 ଘ 5 ମି ପରିବର୍ତ୍ତେ 10.09.2022 ରେ ଭୋର 04 ଘ 5ମି ଛାଡିବ।

17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 15.09.2022ରେ ସକାଳ 10 ଘ 50 ମି ପରିବର୍ତ୍ତେ ଅପରାହ୍ନ ୨ଘ ୫୦ମି ରେ ଛାଡିବ।

12146 ପୁରୀ- ଲୋକମଣ୍ୟତିଲକ ଏକ୍ସପ୍ରେସ ପୁରୀରୁ 06.09.2022 ଏବଂ 13.09.2022 ରେ ରାତ୍ରି 9 ଘ 45 ମି ପରିବର୍ତ୍ତେ ମଧ୍ୟରାତ୍ରି 2 ଘ 45 ମି ରେ ଛାଡିବ।

20823 ପୁରୀ-ଅଜମେର ଏକ୍ସପ୍ରେସ୍ ପୁରୀରୁ 08.09.2022 , 12.09.2022 ଓ 15.09.2022 ରେ ରାତ୍ରି 11 ଘ 5 ମି ପରିବର୍ତ୍ତେ ତାପରଦିନ ଅର୍ଥାତ 09.09.2022, 13.09.2022 ଓ 16.09.2022 ରେ ଭୋର 4 ଘ 05 ମି ରେ ଛାଡିବ।

18573 ବିଶାଖାପାଟନମ୍-ଭଗତ-କି-କୋଠି ଏକ୍ସପ୍ରେସ ବିଶାଖାପାଟନମରୁ 08.09.2022 ଏବଂ 15.09.2022 ସକାଳ 5 ଘ 25 ମି ପରିବର୍ତ୍ତେ 10 ଘ 25 ମି ରେ ଛାଡିବ।

12994 ପୁରୀ-ଗାନ୍ଧୀଦମ୍ ଏକ୍ସପ୍ରେସ୍ ପୁରୀରୁ 12.09.2022 ରେ ରାତ୍ରି 8 ଘଟିକା ପରିବର୍ତ୍ତେ ମଧ୍ୟରାତ୍ରି 01 ଘଟିକାରେ ଛାଡିବ।

ମହାସମୁନ୍ଦ ଏବଂ ରାୟପୁର ମଧ୍ୟରେ ଅସ୍ଥାୟୀ ଭାବରେ ଦୁଇ ଯୋଡ଼ା ଏକ୍ସପ୍ରେସ ଟ୍ରେନ ପାସେଞ୍ଜର ଭାବରେ ଚଳାଚଳ କରିବ :

18518/18517 ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.2022 ଠାରୁ 12.09.2022 (11.09.2022 ବ୍ୟତୀତ) ପର୍ଯ୍ୟନ୍ତ ଏବଂ କୋରବା ଠାରୁ 07.09.2022 ରୁ 13.09.2022 (12.09.2022 ବ୍ୟତୀତ) ପର୍ଯ୍ୟନ୍ତ।

12808/12807 ନିଜାମୁଦ୍ଦିନ-ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ 06.09.2022 ଠାରୁ 12.09.2022 (07.09.2022 ଓ 11.09.2022 ବ୍ୟତୀତ) ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ରୁ 07.09.2022 ଠାରୁ 13.09.2022 (09.09.2022 ଓ 12.09.2022 ବ୍ୟତୀତ) ପର୍ଯ୍ୟନ୍ତ।

Related posts