Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଉପକୂଳରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ବ୍ୟବସ୍ଥାକୁ ସଫଳତାର ସହିତ ପରୀକ୍ଷଣ
ଆଜିର ଖବର

ଓଡିଶା ଉପକୂଳରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ବ୍ୟବସ୍ଥାକୁ ସଫଳତାର ସହିତ ପରୀକ୍ଷଣ

September 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର  ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା।

ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ବିଭିନ୍ନ ପ୍ରକାରର ବିପଦକୁ ଠାବ ସହିତ ଆକାଶରେ ଆସୁଥିବା ଦ୍ରୁତଗାମୀ ଲକ୍ଷ୍ୟ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରତା, ଅଧିକ ଉଚ୍ଚତାରେ ଲକ୍ଷ୍ୟକୁ ପରିଚାଳନା, କମ୍ ଉଚ୍ଚତାରେ ରାଡାର ଦ୍ୱାରା ଏହାକୁ ଠାବ କରିବା ସହିତ ଲକ୍ଷ୍ୟଭେଦ ଏବଂ ସାମୂହିକ ଭାବେ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡାଯାଇଥିଲା। ଉଭୟ ଦିନ ଓ ରାତି ପରିସ୍ଥିତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା।

ଏହି ପରୀକ୍ଷଣ ସମୟରେ, ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ୱାରହେଡ୍ ଚେନ୍ ସହିତ କଣ୍ଟ୍ରୋଲ୍ ଆଲଗୋରିଦମ ଅସ୍ତ୍ର ପ୍ରଣାଳୀର ଶତ ପ୍ରତିଶତ ସଠିକତାର ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଥିଲା। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍‍) ପରି ଅନେକ ଯନ୍ତ୍ରାଂଶ ଦ୍ୱାରା ଏକତ୍ର ହୋଇଥିବା ତଥ୍ୟରୁ ଏହାର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। ଏହି ଉତକ୍ଷେପଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପରୀକ୍ଷଣଗୁଡିକ ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି (ଆରଏଫ୍‌) ସନ୍ଧାନକାରୀ, ଭ୍ରାମ୍ୟମାଣ ଲଞ୍ଚର୍‌, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍‌, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ସମସ୍ତ ସ୍ୱଦେଶୀ-ବିକଶିତ ସବ୍‌-ସିଷ୍ଟମକୁ ନେଇ ଚୂଡାନ୍ତ ପରୀକ୍ଷଣ କରାଯାଇଥିଲା। କ୍ୟୁଆରଏସଏଏମ୍‍ ଅସ୍ତ୍ର ପ୍ରଣାଳୀର ସ୍ୱତନ୍ତ୍ରତା ହେଉଛି ଏହା ସର୍ଚ୍ଚ ଏବଂ ଟ୍ରାକ୍ ସାମର୍ଥ୍ୟ ଏବଂ ଅଳ୍ପ ସମୟରେ ଉତକ୍ଷେପଣ କରିପାରିବ। ଏହା ପୂର୍ବରୁ କରାଯାଇଥିବା ପରୀକ୍ଷା ସମୟରେ ଏହା ପ୍ରମାଣିତ ହୋଇଛି।

ସଫଳ ପରୀକ୍ଷଣ ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଆତ୍ମବିଶ୍ୱାସର ସହ ଦର୍ଶାଇଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ କ୍ୟୁଆରଏସଏଏମ୍‍ ଅସ୍ତ୍ର ପ୍ରଣାଳୀ ଏକ ଉତ୍କୃଷ୍ଟ ଶକ୍ତି ହେବ।

ପ୍ରତିରକ୍ଷା ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଜଡିତ ଟିମ୍‍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତୀୟ ସେନାରେ ସାମିଲ ପାଇଁ ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଓଡ଼ିଶା ଉପକୂଳ ଡିଆରଡିଓ ଭାରତୀୟ ସେନା ରାଜନାଥ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Latest News

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.