Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାସମାରୋହରେ ପାଳିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
ଆଜିର ଖବର

ମହାସମାରୋହରେ ପାଳିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହାସମାରୋହରେ ପାଳିତ ହେଲା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରାଚୀନ ଉତ୍କଳର ନୌବାଣିଜ୍ୟ,ପରମ୍ପରା,ଐତିହ୍ୟ, ବୈଭବ ତଥା ଏସିଆ ମହାଦେଶର ଏକମାତ୍ର ଲୁଣା ହ୍ରଦ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତିଟି ବିର ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।

ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନୁପସ୍ଥିତରେ କମିଟିର ଆବାହକ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଆବାହକତ୍ଵରେ ପ୍ରାତଃ କାଳରେ ମଞ୍ଚ ପୂଜା କରାଯିବା ସହ ମା’ କାଳିଜାଇଙ୍କ ଜ୍ୟୋତି ଶୋଭାଯାତ୍ରା କରାଯାଇଥିଲା।

ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଅପରାହ୍ନରେ ସ୍ଥାନୀୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବାବେଳେ ସନ୍ଧ୍ୟା ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ସମସ୍ତ ଅତିଥି ବୃନ୍ଦଙ୍କ ଗହଣରେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଉଦଘାଟନ କରାଯାଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ,ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ,ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର,ବିଜେଡି ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ସ୍ଵତନ୍ତ୍ର ଅତିଥି ଭାବେ ଚିଲିକା ସୁସଂଗଠିକା ସ୍ୱାଗତିକା ଜଗଦେଵ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଓ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ଓଡିଆ ସାଧବ ପୁଅମାନେ କିଭଳି ଭାବେ ଅକାତ କାତ ନୀଳ ଜଳ ରାଶିରେ ବୋଇତ ମାଧ୍ୟମରେ ଉତ୍କଳର କଂସା ବାସନ , ସୁନା ରୁପା ଗହଣା,ମାଟି ପାତ୍ର ଏବଂ ବିଭିନ୍ନ କିସମର କାରୁକାର୍ଯ୍ୟ ପୂର୍ଣ୍ଣ ସାମଗ୍ରୀ ବ୍ୟବସାୟ ନିମିତ ସୁଦୁର ଜାଭା,ବାଲି,ସୁମାତ୍ରା,ଇଣ୍ଡୋନେସିଆ ଭଳି ବିଦେଶକୁ ଯାଇ ବେପାର ବଣିଜ କରୁଥିଲେ ଏବଂ ନିନ ଜୀବନକୁ ଜଳାଞ୍ଜଳୀ ଦେଇ ପରିବାର ପ୍ରତିପୋଷଣ କରିବା ସହ ଚିଲିକାର ଖ୍ୟାତି ଓ ସୌନ୍ଦର୍ଯ୍ୟକୁ ନେଇ ସାରା ବିଶ୍ଵରେ ପରମ୍ପରାକୁ ବଜାୟ ରଖିବା ନେଇ ଚେଷ୍ଟିତ ଥିବା ମତ ପୋଷଣ କରିଥିଲେ।

ସାନ୍ଧ୍ୟ ଅଧିବେସନରେ ରାଜ୍ୟ ସ୍ତରୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କଟକ ସାଗର ସଂଗମ ତରଫରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ବିଭୋର ହୋଇଥିବାବେଳେ ଜନତାଙ୍କ ଆଶାନୂପାତ ଉପସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ବାଲୁଗାଁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ଏବଂ ମହୋତ୍ସବ କମିଟି ସଭ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

ଏଥି ସହିତ ପ୍ରାତଃ ସମୟରେ କାଳିଜାଇ ମୋଟର ବୋଟ ଆସୋସିଏସନ ଦ୍ଵାରା ଆତସବାଜି ପ୍ରଦର୍ଶନ କରାଯିବାସହ ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଭାଇ ଭଉଣୀ ମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ କାର୍ଯ୍ୟ ସମ୍ପାଦନ ହେବା ନେଇ ମହୋତ୍ସବ କମିଟିର ସମ୍ପାଦକ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା କହିଛନ୍ତି।
ଉକ୍ତ ବୋଇତ ବନ୍ଦାଣ କାର୍ଯ୍ୟ ସମ୍ପାଦନ ନେଇ ହେବାକୁ ଥିବା ଜଳଯାତ୍ରା ନିମନ୍ତେ ବାଲୁଗାଁ ଦମକଳ ବାହିନି ପକ୍ଷରୁ ଓଡ୍ରାଫ୍ ବୋଟ୍ ଏବଂ କର୍ମଚାରୀ ନିୟୋଜିତ ରହିଛନ୍ତି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.