Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଜିଲ୍ଲା ଘୋଷ ସଂଚଳନ, ଯୋଗ ଦେଲେ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ
ଆଜିର ଖବର

ବାଲୁଗାଁରେ ଜିଲ୍ଲା ଘୋଷ ସଂଚଳନ, ଯୋଗ ଦେଲେ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ

November 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଜିଲ୍ଲା ଘୋଷ ସଂଚଳନ, ଯୋଗ ଦେଲେ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ

ସୀତାରାମ ଅଗ୍ରୱାଲା

ବାଲୁଗାଁ: ବିଦ୍ୟାଭାରତୀ ଏବଂ ଶିକ୍ଷା ବିକାଶ ସମିତିର ଯୋଜନା ଅନୁସାରେ ଖୋର୍ଦ୍ଧା ବିଭାଗର ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ୧୩ ଗୋଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲୁଗାଁଠାରେ ଦୁଇ ଦିନିଆ ଶିବିରରେ ଯୋଗଦେଇଛନ୍ତି।

ଏମାନେ ନଭେମ୍ବର ୧୩ ଓ ୧୪ ତାରିଖରେ ରେ ପୂର୍ଣ୍ଣ ସମୟ ଉପସ୍ଥିତ ରହିବା ସହ ସେମାନଙ୍କୁ ନେଇ ‘ଶିଶୁ ଦିବସ’ ଉପଲକ୍ଷେ ବାଲୁଗାଁ ନଗରରେ ଏକ ଘୋଷ ପଥ ସଂଚଳନ କରାଯାଇଥିଲା। ଘୋଷ ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବାଲୁଗାଁ ନଗରର ଶୁଭେଛୁ ମାନେ ଅତି ଉତ୍ସାହପୂର୍ବକ ସହକାରେ ସହଯୋଗ କରିଥିଲେ।

ପଥ ସଂଚଳନ ସମୟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଅଭିଭାବକ ତଥା ଶୁଭେଛୁ ଉପସ୍ଥିତ ରହି ଅଭ୍ୟର୍ଥନା ପ୍ରଦାନ କରିଥିଲେ। ସଂଚଳନ ଚିଲିକା କୂଳଠାରୁ ଅଡ଼ିଟୋରିଅମ ହଲ ଏବଂ ପୁନଃ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ଵୀରବାଦ୍ୟ ସହ ପରିକ୍ରମା କରିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲୁଗାଁର ଆଚାର୍ଯ୍ୟ, ଆଚାର୍ଯ୍ୟା,ସେବକ ସେବିକା ଓ ପରିଚାଳନା ସମିତିର କାର୍ଯ୍ୟକର୍ତାମାନେ ସଫଳ କରାଇଥିଲେ।

ବିଦ୍ୟାଭାରତୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.