Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ୍ୟୁଟିରେ ଥିବାବେଳେ ଗୁରୁତର ପ୍ରସୂତୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଏମ୍ସ ଭୁବନେଶ୍ବର ଡାକ୍ତର
ଆଜିର ଖବର

ଡ୍ୟୁଟିରେ ଥିବାବେଳେ ଗୁରୁତର ପ୍ରସୂତୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଏମ୍ସ ଭୁବନେଶ୍ବର ଡାକ୍ତର

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା। ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ବର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର।

ଗୁରୁତର ଏକ୍ଟୋପିକ୍ ଗର୍ଭ ପୀଡ଼ା ଭୋଗୁଥିବା ଜଣେ ମହିଳାଙ୍କୁ ତୁରନ୍ତ ବି ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଏମ୍ସ ଭୁବନେଶ୍ବର ଡାକ୍ତର ମିଶ୍ର। ପ୍ରସୂତୀଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ୍ ର ରକ୍ତ ମଧ୍ୟ ମହଜୁଦ୍ ନଥିଲା। ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇଆସିଥିଲେ ଡା. ମିଶ୍ର।

ଯଦି ସେହି ସମୟରେ ଉକ୍ତ ମହିଳାଙ୍କୁ ରକ୍ତ ପ୍ରଦାନ କରାଯାଇନଥାନ୍ତା ତେବେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲାବୋଲି ଚିକିତ୍ସା କରିଥିବା ସ୍ତ୍ରୀରୋଗ ବିଶଷଜ୍ଞ ପ୍ରକାଶ କରିଛନ୍ତି। ସଠିକ୍ ସମୟରେ ରକ୍ତ ପ୍ରଦାନ କରାଯାଇଥିବାରୁ ପ୍ରସୂତିଙ୍କ ଜୀବନ ବଞ୍ଚାଯାଇପାରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ଉକ୍ତ ପ୍ରସୂତୀଙ୍କୁ ଏମ୍ସରେ କିଛିଦିନ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଛି। ବର୍ତ୍ତମାନ ପ୍ରସୂତୀ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।

ଏନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଡ. ମିଶ୍ରଙ୍କ ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ପ୍ରକାଶ କରିଛନ୍ତି। ଡାକ୍ତରମାନେ କେବଳ ରୋଗୀମାନଙ୍କର ଚିକିତ୍ସା କରନ୍ତି ନାହିଁ, ବରଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି।

ଏପରି କରି ଡକ୍ଟର ମିଶ୍ର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଡାକ୍ତର ବିଶ୍ୱାସ ମତବ୍ୟକ୍ତ କରିଛନ୍ତି। ଏମ୍ସ ଭୁବନେଶ୍ୱରର ଜଣେ ଡାକ୍ତରଙ୍କ ଏପରି ମାନବତାପୂର୍ଣ୍ଣ ଆଚରଣକୁ ସବୁଠି ପ୍ରଶଂସା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.