Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

December 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କରେ ଯେପରି ରାସାୟନିକ ଦୁର୍ଘଟଣା ନ ଘଟେ, ସେଥି ପ୍ରତି ବିଶେଷ ଯତ୍ନବାନ୍ ଏବଂ ଜୀବନହାନୀ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିବା ସହ ଆପାତକାଳୀନ ଟିମର ଅଧିକାରୀ ଦାୟିତ୍ବବାନ ହେଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ବୈଠକରେ ରାସାୟନିକ ପଦାର୍ଥ ବହନ କାରୀ ଭାରୀଯାନ ଗୁଡ଼ିକ ଚଳାଚଳ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ତଥା ପ୍ରଶାସନିକ ଅଧିକାରୀଙ୍କ ସହ ଶିଳ୍ପାନୁଷ୍ଠ।ନ କର୍ମକର୍ତ୍ତା ସମନ୍ଵୟ ରକ୍ଷାକରି ଏ ଦିଗରେ ଯତ୍ନବାନ୍ ହେବାକୁ ମତପ୍ରକାଶ ପାଇଥିଲା। ଦୈବାତ କୌଣସି ଅଘଟଣ ଘଟିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ମିଳିତଭାବେ କାର୍ଯ୍ୟାନୁଷ୍ଠ।ନ ନେବାକୁ ସହମତି ପ୍ରକାଶ ପାଇଲା। ଜିଲ୍ଳାପାଳ ସମସ୍ତ ଶିଳ୍ପାନୁଷ୍ଠାନର ଆପାତ କାଳୀନ କର୍ମଚାରୀମାନଙ୍କୁ ସମୂହସ୍ୱ।ର୍ଥ ଦୃଷ୍ଟିରୁ ସବୁ ବେଳେ ସତର୍କ ରହିବା ସହ ନିୟମିତ ବ୍ୟବଧାନରେ ମକ୍ ଡ୍ରିଲ୍ ଅଭ୍ୟାସ ଏବଂ ସଚେତନତା କର୍ମଶାଳା ଆୟୋଜନ କରିବାକୁ କହିଥିଲେ। ନିକଟ ଅତୀତରେ ପାଷ୍ଟିକୁଡ଼ି ନିକଟରେ ଗ୍ୟାସ୍ ଟ୍ୟାଙ୍କର ଦର୍ଘଟଣା ଗସ୍ତ ହୋଇ ଗ୍ୟାସ୍ ଲିକ୍ ହୋଇଥିଲା ଏବଂ ପ୍ରଶାସନ ସହ ବଲାଙ୍ଗୀରରୁ ଭାରତ ଗ୍ୟାସ୍ କମ୍ପାନୀ, ବେଦାନ୍ତରୁ ଅଗ୍ନିଶମ ଦଳ ସହଯୋଗରେ ତୁରନ୍ତ ସମସ୍ୟାର ସମାଧାନ ହୋଇଯାଇଥିଲା।

ବୈଠକ ରେ ସି.ଡି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ଏସ.ପି ବି.ସେଠୀ, ଅତିରିକ୍ତ ନିର୍ଦ୍ଦେଶକ କାରଖାନା ତଥା ବାସ୍ପିତ ନିର୍ଦ୍ଦେଶାଳୟ ଚନ୍ଦ୍ରଶେଖର ବେହେରା, ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମୁଣ୍ଡା, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ଼ା ହେମନ୍ତ ନାଥ ନାୟକ, ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା, ସି.ଡ଼ି.ଏ.ଓ ପ୍ରଦୀପ କୁମାର ସାହୁ, ଓମଫେଡ ଅଧିକାରୀ ବିଷ୍ଣଚରଣ ପ୍ରଧାନ, ଗାୟତ୍ରୀ ଏଗ୍ରୋ ର ଅମିତ୍ ଅଗ୍ରୱାଲ, ମୁଖିଗୁଡ଼ା ସ୍ଥିତ ଅପର୍ ଇନ୍ଦ୍ର।ବତି ପାୱର୍ ଷ୍ଟେସନ୍ ର ପ୍ରମୋଦ ବେହେରା, କେ.ଜି.ଏନ୍ ଗ୍ୟାସ୍, ଜୁନାଗଡ ର ମହମ୍ମଦ ଜାଫର, ଡେପୁଟି ଫାୟର ଅଫିସର୍ ଶରତ ଚନ୍ଦ୍ର ମଲ୍ଲିକ ଏବଂ ଡି.ପି.ଏଚ୍.ଓ ଡ଼ଃ ରାକେଶ ସାହୁ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ ଖିଲୋ ଧନ୍ୟବାଦ୍ ଦେଇଥିଲେ।

ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.