ଭାରତୀୟ ସ୍ୱାମୀଙ୍କ ସହ ଗିରଫ ହେଲେ ପାକିସ୍ତାନୀ ମହିଳା: ଗେମିଂ ଆପ୍ ରେ ହୋଇଥିଲେ ପରିଚିତ

Published: Jan 23, 2023, 10:19 am IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ପାକିସ୍ତାନୀ ମହିଳା ଏବଂ ତାଙ୍କ ଭାରତୀୟ ସ୍ୱାମୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ହାଇଦ୍ରାବାଦ ସହରର ଜଣେ ୧୯ ବର୍ଷୀୟା ମହିଳାଙ୍କୁ ଦେଶାନ୍ତର ପାଇଁ FRRRO କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ମୁଲାୟମ ସିଂ ଉତ୍ତରପ୍ରଦେଶର ବାସିନ୍ଦା, ଯାହାଙ୍କ ବୟସ ୨୬ ବର୍ଷ, ଯିଏ ନିଜେ ବାଙ୍ଗାଲୋରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ଉଭୟେ ଏକ ବର୍ଷ ପୂର୍ବେ ଲୁଡୋ ଗେମିଂ ଆପ୍ ମାଧ୍ୟମରେ ପରିଚିତ ହୋଇଥିଲେ।

ଏହା ପରେ ଦୁହେଁ ଏକାଠି ନିଜ ବିବାହ ପାଇଁ ଯୋଜନା କରିଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଝିଅ ପାକିସ୍ତାନରୁ କାଠମାଣ୍ଡୁ ଦେଇ ନେପାଳରେ ପହଞ୍ଚିଥିଲେ। ଏହା ପରେ ସେ ପୁଣି ଭାରତରେ ପ୍ରବେଶ କରିଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ବେଙ୍ଗାଲୁରୁର ଶ୍ରମ କ୍ୱାର୍ଟରରେ ରହୁଥିଲେ। ମୁଲାୟମ ସିଂଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଏବଂ ଏହି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।

Related posts