ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା: ରିକ୍ଟର ସ୍କେଲରେ ୫.୮ ତୀବ୍ରତା

Published: Jan 24, 2023, 4:04 pm IST

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର କେନ୍ଦ୍ର ପଶ୍ଚିମ ନେପାଳରେ ବୋଲି କୁହାଯାଉଛି, ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ମାପ କରାଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ଦିଲ୍ଲୀ-ଏନସିଆରରେ ଅପରାହ୍ନ ୨.୩୦ ସମୟରେ ଭୂମିକମ୍ପରେ କମ୍ପନ ଅନୁଭୂତ ହୋଇଥିଲା ଏବଂ ଭୂମିକମ୍ପ ପରେ ଝୁଳୁଥିବା ପଙ୍ଖା ଏବଂ ଘରୋଇ ଜିନିଷର ଭିଡିଓ ସେୟାର କରୁଛନ୍ତି। ଏପର୍ଯ୍ୟନ୍ତ ଭୂମିକମ୍ପରୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ।

ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ, ଆଜି ଅପରାହ୍ନ ୨:୨୮ ରେ ନେପାଳରେ ରିକ୍ଟର ସ୍କେଲରେ ୫.୮ ମାପ ବିଶିଷ୍ଟ ଏକ ଭୂମିକମ୍ପ ଘଟିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ପିଥୋରାଗଡର ୧୪୮ କିଲୋମିଟର ପୂର୍ବ ନେପାଳରେ ଥିଲା।

Related posts