ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ

Published: Jan 28, 2023, 3:42 pm IST

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି, ସାହିତ୍ୟିକ, ରାଜନେତା ହୁସେନ ରବି ଗାନ୍ଧୀ ଆଉ ଇହଜଗତରେ ନାହାନ୍ତି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

୨୩ ଏପ୍ରିଲ ୧୯୪୮ରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁରେ ଏକ ସମ୍ଭାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ମହମ୍ମଦ ମୋଜାମିଲ ହୁସେନ। ତାଙ୍କ ଜେଜେ ଥିଲେ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂର। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ।

ସ୍ବର୍ଗତ ହୁସେନ ବହୁ କାଳଯୟୀ ଲେଖା ଲେଖିଥିଲେ। ଜୀବନକାଳରେ ସେ ୧୩ଟି ପୁସ୍ତକ ରଚନା କରିଥିଲେ। ସେଥିପାଇଁ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି।

ରାଜନେତା ଭାବେ ବି ସେ ବେଶ ସଫଳ। ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଚେଲା ଥିଲେ।ପରେ ବିଜୁ ଜନତା ଦଳରେ ସାମିଲ ହୋଇ ରାଜ୍ୟ ଚମଡା ନିଗମରେ ଅଧ୍ୟକ୍ଷ ଥିଲେ। ୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ।

Related posts