Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ: ବରିଷ୍ଠ ଆଇନ୍‌ଜୀବି
ଆଜିର ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ: ବରିଷ୍ଠ ଆଇନ୍‌ଜୀବି

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ୱର: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ। ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ମହାନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ। ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ବର୍ତ୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ।

ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି ଅନୁରକ୍ତି ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

ଆଇନ୍ ଶିକ୍ଷା ଓଡିଶା ହାଇକୋର୍ଟ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.