Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଳଚେର-ସମ୍ବଲପୁର ଦୋହରୀକରଣ ରେଳ ପ୍ରକଳ୍ପ: କାର୍ଯ୍ୟକ୍ଷମ ହେଲା ୯ କିମି ଦୈର୍ଘ୍ୟ ରେଳ ଲାଇନ
ଆଜିର ଖବର

ତାଳଚେର-ସମ୍ବଲପୁର ଦୋହରୀକରଣ ରେଳ ପ୍ରକଳ୍ପ: କାର୍ଯ୍ୟକ୍ଷମ ହେଲା ୯ କିମି ଦୈର୍ଘ୍ୟ ରେଳ ଲାଇନ

May 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁରହିଛି ଏବଂ ଏହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଏହି ପ୍ରକଳ୍ପର ପ୍ରାୟ 96% ରୁ ଅଧିକ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାପ୍ତ ହୋଇଛି।

ମାନେଶ୍ୱର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ 9 କିମି ଦୈର୍ଘ୍ୟ ବିଶିଷ୍ଟ ଦୋହରୀକରଣ ରେଳ ଲାଇନକୁ ଗତକାଲି ଦକ୍ଷିଣ ପୂର୍ବ ରେଳ ନିରାପତ୍ତା ଆୟୁକ୍ତ ଏ.ଏମ.ଚୌଧୁରୀଙ୍କ ଦ୍ୱାରା ନୀରିକ୍ଷଣ କରାଯାଇ ଉଭୟ ପାନ୍ୟ ପରିବହନ ଏବଂ ଯାତ୍ରୀ ପରିବହନ ପାଇଁ କାର୍ଯ୍ୟକ୍ଷମ କରାଯାଇଅଛି।

ଶ୍ରୀ ଚୌଧୁରୀ ଓଭରହେଡ୍ ଇଲେକ୍ଟି ଇକ୍ୟୁଇପ୍ମେଣ୍ଟ, ବ୍ରିଜ୍, ସିଗ୍ନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍, ମାନବ ରହିତ ଲେଭଲ୍ କ୍ରସିଂ ଇତ୍ୟାଦି ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିଲେ ଏବଂ ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ ଏକ ଲାଇଟ ଇଂଜିନର ବେଗ ପରୀକ୍ଷାମୂଳକ ଭାବେ କରାଇଥିଲେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ ତାଳଚେର ଏବଂ ସମ୍ବଲପୁର ଦୋହରୀକରଣ କାର୍ଯ୍ୟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଶୀଘ୍ର ସମାପ୍ତି ପାଇଁ ବିଶେଷ ଭାବେ ଧ୍ୟାନଦେବା ଉଚିତ ଏବଂ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି। ତାଳଚେର ଏବଂ ସମ୍ବଲପୁର ଦୋହରୀକରଣ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡିଶା ସହିତ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ ମଧ୍ୟରେ ଏକ ଅସୁବିଧା ମୁକ୍ତ ଟ୍ରେନ୍ ଚଳାଚଳ କରାଇପାରିବ।

ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ (168.212 କିମି) ଦୋହରୀକରଣ ରେଳ ପ୍ରକଳ୍ପରେ କାର୍ଯ୍ୟ 2011-12 ମସିହାରେ ଅନ୍ତର୍ଭୂକ୍ତ କରାଯାଇଥିଲା ଏବଂ 2018 ରେ ଏହାର ଚୂଡ଼ାନ୍ତ ମଞ୍ଜୁରୀ ଦିଆଯାଇଥିଲା। ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ 9.0 କିମି ଦୈର୍ଘ୍ୟର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ କରାଯାଇଅଛି। ସମ୍ବଲପୁର ସିଟି ମାର୍ଗ ଦେଇ ତାଳଚେର ଏବଂ ବ୍ରଜରାଜନଗର ମଧ୍ୟରେ ଏହା ଏକ ଅତ୍ୟନ୍ତ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ କୋଇଲା ପରିବହନ ରେଳ ମାର୍ଗ ଅଟେ। ଏହା ସହିତ ଏପର୍ଯ୍ୟନ୍ତ ସମୁଦାୟ 162.212 କିମି ଦୋହରୀକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ଯାହା ପ୍ରକଳ୍ପର ମୋଟ ଦୈର୍ଘ୍ୟର 96.38% ଅଟେ। ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଏହି ପ୍ରକଳ୍ପର 06 କିମି ଅବଶିଷ୍ଟ ଅଂଶ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ହେଉଛି ଟଙ୍କା 1539.28 କୋଟି ତାଙ୍କ ଏବଂ ଏପର୍ଯ୍ୟନ୍ତ ମୋଟ 1377 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ଯାହା ସମୁଦାୟ ମୂଲ୍ୟର 90% ଅଟେ।

Share. Facebook Twitter LinkedIn Email WhatsApp Copy Link

Related Posts

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Latest News

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.