ପୋକ୍ସୋ ମାମଲାରେ ବ୍ରିଜ ଭୂଷଣଙ୍କୁ କ୍ଲିନ୍ ଚିଟ୍, ଦିଲ୍ଲୀ ପୋଲିସ ଦାଖଲ କଲା ରିପୋର୍ଟ

Published: Jun 15, 2023, 12:44 pm IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଗତ ମାସରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ଶୋଷଣ ଅଭିଯୋଗ କରିଥିଲେ, ଯାହା ପରେ ଦିଲ୍ଲୀ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା ​​ଏବଂ ଆଜି ଏହି ଅଭିଯୋଗ ଉପରେ ଆଜି ଆଭେନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି।

ଅନ୍ୟପକ୍ଷରେ, ପୋକ୍ସୋ ମାମଲାରେ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବହୁତ ଆଶ୍ଵସ୍ତି ମିଳିଥିବାର ନଜର ଆସିଛି। ପଟିଆଲା ହାଉସ କୋର୍ଟରେ ପୋକସୋ ମାମଲାରେ ଦିଲ୍ଲୀ ପୋଲିସ ଏକ କ୍ଳୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ଦିଲ୍ଲୀ ପୋଲିସ କହିଛି ଯେ, ଏହି ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ, ତେଣୁ ଆମେ ଏହି ମାମଲାର ତଦନ୍ତ ବନ୍ଦ କରୁଛୁ। ପୋଲିସର ରିପୋର୍ଟକୁ ଗ୍ରହଣ କରି କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ସ୍ଥିର କରିଛନ୍ତି।

Related posts