ଉଗାଣ୍ଡାରେ ଆଇଏସ୍ ସହିତ ଜଡିତ ବନ୍ଧୁକଧାରୀଙ୍କ ସ୍କୁଲ ଉପରେ ଆକ୍ରମଣ: ୨୫ ଛାତ୍ର ମୃତ

Published: Jun 17, 2023, 1:03 pm IST

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲ ଉପରେ ଆଇଏସ୍ ଅନୁବନ୍ଧିତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ଉଗାଣ୍ଡାର ପଶ୍ଚିମ ଭାଗରେ ଅବସ୍ଥିତ ମୋପଣ୍ଡୱେସ୍ଥିତ ଲୁବିରାରା ସେକେଣ୍ଡାରୀ ସ୍କୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଉଗାଣ୍ଡା ପୋଲିସ ଫୋର୍ସ ସୂଚନା ଦେଇଛି।

Related posts