ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ, ଦେଖନ୍ତୁ କେଉଁ ଖେଳାଳି ପାଇଲେ ସ୍ଥାନ?

Published: Jun 23, 2023, 3:39 pm IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ସିରିଜ୍ ଖେଳାଯିବ। ଏଥିପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ରୋହିତ ଶର୍ମା ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହେବେ। ୱେଷ୍ଟଇଣ୍ଡିଜ୍ ଯାତ୍ରା ପାଇଁ ଟିମ୍ ଇଣ୍ଡିଆ ଏକ ସନ୍ତୁଳିତ ଦଳ ବାଛିଛି। ଏଥିରେ ଅଭିଜ୍ଞ ଖେଳାଳିଙ୍କ ସହ ଯୁବ ଖେଳାଳିଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇଛି।

ଭାରତୀୟ ଦଳ ରିତୁରାଜ ଗାଇକ୍ଵାଡଙ୍କୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ସାମିଲ କରିଛି। ଉପ-ଅଧିନାୟକ ଭାବରେ ଅଜିଙ୍କ୍ୟ ରାହାଣେଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଦଳ ପୁଣି ଥରେ କେ.ଏସ୍ ଭରତଙ୍କ ଉପରେ ବିଶ୍ୱାସ ରଖିଛି। ଯଶସ୍ୱୀ ଜୟସ୍ଵାଲ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି ଏବଂ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଇଛି। କିଶାନ ଏପର୍ଯ୍ୟନ୍ତ ତାଙ୍କର ଟେଷ୍ଟ ଡେବ୍ୟୁ କରିନାହାଁନ୍ତି। ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରେ ଇଶାନଙ୍କୁ ଚୟନ କରାଯାଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପୂଜାରା କିଛି ବିଶେଷ କରିପାରିନଥିଲେ। ବ୍ୟାଟିଂ ସମୟରେ ତାଙ୍କୁ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ରିତୁରାଜ ଗାଇକ୍ଵାଡ, ବିରାଟ କୋହଲି, ଯଶସ୍ୱୀ ଜୟସ୍ଵାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ୍ କିଶାନ୍ (ୱିକେଟ୍ କିପର), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ସର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ରିତୁରାଜ ଗାଇକ୍ଵାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ) ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।

Related posts