ବାସ୍ତୁ ଶାସ୍ତ୍ର: ଆପଣଙ୍କ ଘରର ସମୃଦ୍ଧି ବଢାଇବା ପାଇଁ ମାନନ୍ତୁ ଏହି ୫ ଟି କଥା

Published: Jun 27, 2023, 9:39 am IST

ନୂଆଦିଲ୍ଲୀ: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବିଭିନ୍ନ ଫଟୋ ରଖିଲେ ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେବେ ସେହି ଫଟୋକୁ ଠିକ ଦିଗରେ ନ ରଖିଲେ ହୁଏତ ଏହାର କୁପ୍ରଭାବ ପଡିବାର ସମ୍ଭାବନା ଥାଏ। ଜାଣନ୍ତୁ କେଉଁ ପ୍ରକାରର ଫଟୋ କେଉଁ ଦିଗରେ ରଖିବା ଉଚିତ।

୧- ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

୨- ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

୩- ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

୪- ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

୫- ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

Related posts