Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଦାଖଲ
ଆଜିର ଖବର

କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଦାଖଲ

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ୧୧ ଦଫା ଦାବି ପତ୍ର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ ଙ୍କୁ ଦାଖଲ କରାଯାଇଛି। ଜିଲ୍ଲା ସଭାପତି ମହମ୍ମଦ ଅଲି, ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏବଂ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା,ସାମ୍ବାଦିକା ସ୍ନିଗଧା ରାଣୀସିଂହ, ସାମ୍ବାଦିକ ରଘୁମଣି ପୂଝାରି ଙ୍କ ନେତୃତ୍ବରେ ଜିଲ୍ଲାର ସମଗ୍ର ଅଞ୍ଚଳର ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଦାବିପତ୍ର ଦାଖଲ କରାଯାଇଛି।

ସାମ୍ବାଦିକ ସଂଘର ଦାବି ଗୁଡିକ ମଧ୍ୟରେ ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ ପରିବାରକୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି, ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାର ଙ୍କ ସାମ୍ବାଦିକ କଲ୍ୟାଣ ଯୋଜନା ରେ ସାମିଲ କରାଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ, ସାମ୍ବାଦିକଟିର ଅକାଳ ବିୟୋଗରେ ସହାୟତା ରାଶି କୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି, ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପପିଟାଲ ଗୁଡିକ ରହିଥିବା ରୁ ସେଠାରେ ସାମ୍ବାଦିକ ସପରିବାରଙ୍କର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ, କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ଅତି କମରେ ମାସିକ “୧୫ ହଜାର ଟଙ୍କା ଭତ୍ତା” ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ ମାସିକ “୨୦ ହଜାର ଟଙ୍କା ପେନସନ” ପ୍ରଦାନ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମା ରେ କମ୍ପ୍ୟୂଟର ଏବଂ ଇଣ୍ଟରନେଟ, ଅଡିଟୋରିୟମ ସହିତ ଅନ୍ୟାନ୍ୟ ସୁବିଧା ଥାଇ “ସାମ୍ବାଦିକ ପ୍ରକୋଷ୍ଠ” ନିର୍ମାଣ, ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ( କେବଳ ମୂଲ୍ୟ ବୃଦ୍ଧି ବ୍ୟତୀତ ) ପୂର୍ବବତ ସେହି ଢାଂଚା କୁ ଅପରିବର୍ତ୍ତିତ ରଖାଜୀବା, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ପଞ୍ଜୀକୃତ ସମସ୍ତ “ନିୟୁଜ ପୋର୍ଟାଲ ସାମ୍ବାଦିକ” ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରାଯିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ସୁପାରିଶ ପରିବର୍ତ୍ତେ ସରକାର ଙ୍କ ତରଫରୁ ସିଧା ସଳଖ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରିବାର ବ୍ୟବସ୍ଥା ପ୍ରଚଳନ, ଜିଲ୍ଲା,ସବ-ଡିଭିଜନ, ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନେବା ଭଳି ସାମ୍ବାଦିକ ମାନଙ୍କ ସାମୁହିକ କଲ୍ୟାଣ ନିମିତ୍ତ ଦାବି ଉପସ୍ଥାପନ କରାଯାଇଛି।

ରାଜ୍ୟ ସାମ୍ବାଦିକ ସଂଘ ର ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ ସମସ୍ତ ଜିଲ୍ଲାରେ ଏହି ଦାବି ଉପସ୍ଥାପନ କରାଯାଇଥିବା ଜନପଡିଛି ଅ ସାମ୍ବାଦିକ ମାନଙ୍କ ଦାବୀ ପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାଠ୍ୟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

କଳାହାଣ୍ଡି ସାମ୍ବାଦିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.