Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୨ର ବିଜେତାଙ୍କୁ ପୁରସ୍କାର ପ୍ରଦାନ
ଆଜିର ଖବର

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୨ର ବିଜେତାଙ୍କୁ ପୁରସ୍କାର ପ୍ରଦାନ

July 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୨ର ବିଜେତାଙ୍କୁ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୨ ର  ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗୃହ ଅର୍ଥନୀତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛିି।

ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ରାଜ୍ୟର ସମସ୍ତ ପ୍ରତିଯୋଗୀମାନଙ୍କୁ ସ୍ନେହ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଲେ ଯେ, ଚିତ୍ରାଙ୍କନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ସମ୍ମାନିତ ଅତିଥି ଭାବେ ଆଇସିଡିଏସ୍‌ ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ପ୍ରତିଭାର ଉନ୍ମେଷ ଓ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିରବଚ୍ଛିନ୍ନ ଭାବେ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହାର ଫଳସ୍ୱରୂପ ବିଭିନ୍ନ କ୍ଷେତ୍ରରେ ଚମତ୍କାର ପ୍ରତିଭାମାନ ବାହାରି ରାଜ୍ୟର ଗର୍ବ ଓ ଗୌରବ ବୃଦ୍ଧି କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ।

ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ କ୍ୱାମାର ସୁଲତାନା ବେଗମ୍‌ ସ୍ୱାଗତ ଭାଷଣ ଦେଇଥିଲେ। ପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ୧୯ ଜଣ ବିଜେତାଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍‌ ଏବଂ ୪୬ ଜଣଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ବାର୍ଷିକ ବିବରଣୀ ୨୦୨୧-୨୨ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Latest News

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.