Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି।

ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଜରିଆରେ ପିତାମାତା ଓ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସ୍ନେହ ସୃଜନର ତିିନିଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ପାଠପଢ଼ିବା ଲାଗି ବିଦ୍ୟାଳୟକୁ ଆସୁଥିବା ଓ ଶ୍ରେଣୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ପାଂଚଟି ଲେଖାଯିବା ବୋର୍ଡ ପ୍ରଦାନ କରାଯାଇଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିଛି।

ଜୀବନଜୀବିକା କ୍ଷତି ସହିତ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଭାବିତ ପରିବାରଗୁଡ଼ିକୁ ଛଅ ମାସ ପାଇଁ ଶୁଖିଲା ରାସନ ଯୋଗାଇବା ଆରମ୍ଭ କରାଯାଇଛି। ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଜରିଆରେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ପରିବାରଗୁଡିକୁ ଶୁଖିଲା ରାସନ ରିଲିଫ୍ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଜୀବନ ସହୟତାର ଏକ ଅଂଶ ସ୍ୱରୂପ ଗୁରୁତର ଆହତ ଓ ସ୍ଥାୟୀ ଭାବେ ଭିନ୍ନକ୍ଷମଙ୍କୁ ହ୍ୱିର୍ଲଚେୟାର ଭଳି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କରିଥିବା ଘୋଷଣା ଅନୁସାରେ ଫାଉଣ୍ଡେସନର ଟିମ୍ ଏହାର ଆବଶ୍ୟକତାକୁ ଚିହ୍ନଟ କରି ଭଦ୍ରକ ବରପଦା ଗ୍ରାମର ଜଣେ ପ୍ରଭାବିତ ବ୍ୟକ୍ତିଙ୍କୁ ହ୍ୱିର୍ଲଚେୟାର ପ୍ରଦାନ କରିଛି। ବ୍ୟକ୍ତି ଜଣକ ଶଯ୍ୟାଶାୟୀ ଥିଲେ ଏବଂ ଘର ଭିତରେ ସାମାନ୍ୟତମ ଚଳପ୍ରଚଳ କାରିବା ପାଇଁ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳ ରହି ସଂଘର୍ଷ କରୁଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଏହି ସହାୟତା ବେଶ ଗୁରୁତ୍ୱପୂଣ୍ଣ ରହିଛି।

ବାଲେଶ୍ୱର ବାହାନଗା ରିଲାଏନ୍ସ ଫାଉଣ୍ଡେସନ ରେଳ ଦୁର୍ଘଟଣା ସ୍ନେହ ସୃଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.