Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନ୍ଦେଶ୍ୱର ପାଠକଙ୍କୁ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ବିନ୍ଦେଶ୍ୱର ପାଠକଙ୍କୁ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

August 20, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା। ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ କରିବା ସହଜ ନଥିଲା। ସହଜ, ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ, ସୁଲଭ ଇଣ୍ଟରନେସନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ମହାଶୟଙ୍କ ପରଲୋକ ଆମ ପାଇଁ ଏକ ଅପୂରଣୀୟ କ୍ଷତି।

ସ୍ୱଚ୍ଛତାକୁ ନେଇ ତାଙ୍କ ଭିତରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଗୁଜରାଟରେ ଥିବା ସମୟରେ ଦେଖି ଆସିଛି। ମୁଁ ଦିଲ୍ଲୀ ଆସିବା ପରେ ତାଙ୍କ ସହ ଭିନ୍ନ ଭିନ୍ନ ବିଷୟକୁ ନେଇ କଥା ହେବା ଆହୁରି ବଢ଼ିଯାଇଥିଲା। ମୋର ମନେ ଅଛି, ମୁଁ ୨୦୧୪ରେ ଲାଲକିଲାରୁ ସ୍ୱଚ୍ଛତା ବିଷୟରେ ଆଲୋଚନା କରିଥିଲି, ଏହାକୁ ନେଇ ବିନ୍ଦେଶ୍ୱର ମହାଶୟ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ପ୍ରଥମ ଦିନରୁ ହିଁ ସେ ସ୍ୱଚ୍ଛ ଭାରତ ଅଭିଯାନ ସହ ଯୋଡ଼ି ହୋଇଯାଇଥିଲେ। ତାଙ୍କର ପ୍ରୟାସ ଏହି ଅଭିଯାନକୁ ଅଧିକ ଶକ୍ତି ଦେଇଥିଲା।

ଆମେ ସବୁବେଳେ ୱାନ୍ ଲାଇଫ୍, ୱାନ୍ ମିଶନ୍ ବା ଗୋଟିଏ ଜୀବନ, ଗୋଟିଏ ଲକ୍ଷ୍ୟ ବିଷୟରେ ଶୁଣିଥାଉ। ବିନ୍ଦେଶ୍ୱର ପାଠକଙ୍କ ଜୀବନରେ ୱାନ୍ ଲାଇଫ୍, ୱାନ୍ ମିଶନ୍ର ପ୍ରତିଫଳନ ଦେଖିବାକୁ ମିଳିଥାଏ। ସେ ନିଜର ସାରା ଜୀବନ ସ୍ୱଚ୍ଛତା ଓ ଏହା ସହ ଜଡ଼ିତ ବିଷୟ ପାଇଁ ସମର୍ପି ଦେଇଥିଲେ। ୮୦ ବର୍ଷ ବୟସରେ ମଧ୍ୟ ସେ ନିଜ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ପୂର୍ବପରି ଊର୍ଜାବାନ୍ ଥିଲେ। ସେ ଏକପ୍ରକାରରେ ଜଣେ ଚିର ଯୁବକ ଥିଲେ। ବହୁ ଦଶନ୍ଧି ପୂର୍ବରୁ ସେ ଯେଉଁ ମାର୍ଗରେ ଅଗ୍ରସର ହୋଇଥିଲେ ସେହି ମାର୍ଗରେ ଅଟଳ, ଅବିଚଳିତ ରହିଥିଲେ।

ଆଜିକାଲି ଯଦି କେହି ଟୟଲେଟ୍ ଭଳି ବିଷୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛି ତା’ହେଲେ ତା’କୁ ନେଇ ନେଇ ଚର୍ଚ୍ଚା ହେଉଛି। ଲୋକେ ଭାବୁଛନ୍ତି, ଏହା ଗୋଟିଏ କେମିତିକା ବିଷୟ? ତତ୍କାଳୀନ ସମୟରେ ଶୌଚାଳୟ ଭଳି ବିଷୟରେ କାମ କରିବା ବିନ୍ଦେଶ୍ୱରଙ୍କ ପାଇଁ କେତେ କଷ୍ଟକର ହୋଇଥିବ ତାହା ଆମେ ଅନୁମାନ କରିପାରୁଥିବା । ତାଙ୍କୁ କେତେ ସଂଘର୍ଷ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥିଲା, ଲୋକଙ୍କ ଠାରୁ କେତେ କଥା ଶୁଣିବାକୁ ପଡ଼ିଥିଲା, ଲୋକମାନେ ତାଙ୍କୁ ଉପହାସ ମଧ୍ୟ କରିଥିଲେ, କିନ୍ତୁ ସମାଜସେବା ପାଇଁ ତାଙ୍କର ସଂକଳ୍ପବଦ୍ଧତା ଏତେ ବିଶାଳ ଥିଲା ଯେ ସେ ନିଜର ସମ୍ପୂର୍ଣ୍ଣ ଜୀବନକୁ ଏହି କାମରେ ଲଗାଇ ଦେଇଥିଲେ।
ବିନ୍ଦେଶ୍ୱରଙ୍କ ସବୁଠୁ ବଡ଼ ଯୋଗଦାନ ହେଉଛି ସେ ଗାନ୍ଧୀ ଜୀଙ୍କ ସ୍ୱଚ୍ଛତା ବିଚାରକୁ ସଂସ୍ଥାଗତ ସମାଧାନ ଦେଇଥିଲେ। ମୁଁ ଭାବୁଛି ଏହା ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଉପାଦେୟ ଅଧ୍ୟୟନ ବିଷୟ ହୋଇପାରିବ।

ଯେତେ ବଡ଼ ବିଚାର ହେଉ ପଛେ, ତା’କୁ ଯଦି ଠିକ୍ ଭାବେ କାର୍ଯ୍ୟକାରୀ କରାନଯିବ, ତୃଣମୂଳସ୍ତରରେ ସାକାର ରୂପ ଦିଆନଯିବ ତା’ହେଲେ ସେହି ବିଚାର ଅପ୍ରାସଙ୍ଗିକ, ନିରର୍ଥକ ହୋଇଯାଏ। ବିନ୍ଦେଶ୍ୱର ମହାଶୟ ସ୍ୱଚ୍ଛତା ବିଚାରକୁ ଅତି ଅଭିନବ ଢଙ୍ଗରେ ଏକ ସଂସ୍ଥାର ରୂପ ଦେଇଥିଲେ। ସୁଲଭ ଇଣ୍ଟରନେସନାଲ ମାଧ୍ୟମରେ ସେ ଏପରି ଏକ ଆର୍ଥିକ ମଡେଲ ସମାଜକୁ ଦେଇଥିଲେ, ଯାହାର କେହି କଳ୍ପନା ସୁଦ୍ଧା କରିପାରିନଥିଲେ। ଆଜି ତାଙ୍କର ପରିଶ୍ରମ କାରଣରୁ ସୁଲଭ ଶୌଚାଳୟର ଅନ୍ୟ କେତେ ପ୍ରକାରର ମଡେଲ ତିଆରି ହେଲା ଏବଂ ଏହି ସଂସ୍ଥା ଦେଶର କୋଣଅନୁକୋଣରେ ବିସ୍ତାରିତ ହେଲା। ଶ୍ରମ ପ୍ରତି କିଭଳି ସମ୍ମାନ ପ୍ରଦର୍ଶନ କରାଯାଇଥାଏ ତାହା ଆମର ଆଜିର ଯୁବପିଢ଼ି ବିନ୍ଦେଶ୍ୱର ପାଠକଙ୍କ ଜୀବନରୁ ଶିଖିବା ଉଚିତ୍। ତାଙ୍କ ପାଇଁ କୌଣସି କାମ ଛୋଟ ନଥିଲା କିମ୍ବା କେହି ବ୍ୟକ୍ତି ଛୋଟ ନଥିଲେ। ସଫେଇ କାମରେ ଜଡ଼ିତ ରହିଥିବା ଆମର ଭାଇଭଉଣୀମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଦେବା ପାଇଁ ତାଙ୍କର ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ମୋର ମନେ ଅଛି, ମୁଁ ଯେତେବେଳେ ସଫେଇ କରୁଥିବା ଭାଇ-ଭଉଣୀଙ୍କ ପାଦ ଧୋଇ ଦେଇଥିଲି, ବିନ୍ଦେଶ୍ୱର ମହାଶୟ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ ସେ ମୋ ସହ ଏହି ପ୍ରସଙ୍ଗରେ ଅନେକ ସମୟ ଧରି ଆଲୋଚନା କରିଥିଲେ।

ସ୍ୱଚ୍ଛ ଭାରତ ଅଭିଯାନ ଆଜି ଗରିବଙ୍କ ପାଇଁ ସମ୍ମାନପୂର୍ଣ୍ଣ ଜୀବନର ପ୍ରତୀକ ପାଲଟିଥିବାରୁ ମୁଁ ଆନନ୍ଦିତ। ଏମିତି ଅନେକ ରିପୋର୍ଟ ଆସିଛି, ଯେଉଁଥିରୁ ପ୍ରମାଣିତ ହୋଇଛି ଯେ ସ୍ୱଚ୍ଛ ଭାରତ ଅଭିଯାନ କାରଣରୁ ସାଧାରଣ ଲୋକଙ୍କୁ ମଇଳା କାରଣରୁ ହେଉଥିବା ରୋଗରୁ ମୁକ୍ତି ମିଳୁଛି ଏବଂ ସେମାନଙ୍କ ପାଇଁ ସୁସ୍ଥ ଜୀବନର ମାର୍ଗ ପ୍ରଶସ୍ତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି ଯେ ସ୍ୱଚ୍ଛ ଭାରତ ଅଭିଯାନ କାରଣରୁ ଦେଶରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ରୋକାଯାଇପାରିଛି । କେବଳ ସେତିକି ନୁହେଁ ୟୁନିସେଫ ମଧ୍ୟ ଏହା କହିଛି ଯେ, ସ୍ୱଚ୍ଛ ଭାରତ ଅଭିଯାନ କାରଣରୁ ଗରିବ ଲୋକଙ୍କର ବାର୍ଷିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରୁଛି। ଯଦି ସ୍ୱଚ୍ଛ ଭାରତ ଅଭିଯାନ ନଥାନ୍ତା ତା’ହେଲେ ଗରିବମାନଙ୍କୁ ମଇଳା ସହ ଜଡ଼ିତ ରୋଗର ଚିକିତ୍ସା ପାଇଁ ସେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ସ୍ୱଚ୍ଛ ଭାରତ ଅଭିଯାନକୁ ଏହି ଉଚ୍ଚତାରେ ପହଞ୍ଚାଇବା ପାଇଁ ବିନ୍ଦେଶ୍ୱର ପାଠକଙ୍କ ମାର୍ଗଦର୍ଶନ ବେଶ୍ ଉପଯୋଗୀ ଥିଲା।

ବିନ୍ଦେଶ୍ୱର ପାଠକଙ୍କ ସାମାଜିକ କାର୍ଯ୍ୟର ପରିଧି କେବଳ ସ୍ୱଚ୍ଛତା ଠାରୁ ଊର୍ଦ୍ଧ୍ୱରେ ଥିଲା। ସେ ବୃନ୍ଦାବନ, କାଶୀ, ଉତ୍ତରାଖଣ୍ଡ ଓ ଅନ୍ୟ ଅଞ୍ଚଳରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଅନେକ କାର୍ଯ୍ୟ କରିଥିଲେ। ବିଶେଷ କରି, ପରିବାରରେ କେହି ନଥିବା, ବେସାହାରା ମହିଳାଙ୍କ ସହାୟତା ପାଇଁ ବିନ୍ଦେଶ୍ୱର ମହାଶୟ ବଡ଼ ଅଭିଯାନ ଚଳାଇଥିଲେ। ତାଙ୍କର ସମର୍ପଣ ଭାବନାକୁ ନେଇ ଏକ ଘଟଣା ମୋର ମନେ ପଡ଼ୁଛି। ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ନାମ ଚୟନ କରୁଥିବା କମିଟିରେ ବିନ୍ଦେଶ୍ୱର ପାଠକ ମଧ୍ୟ ଥିଲେ। ଥରେ କମିଟିର ବୈଠକ ନିର୍ଦ୍ଧାରଣ ହେଲା ସେହି ସମୟରେ ବିନ୍ଦେଶ୍ୱର ମହାଶୟ ବିଦେଶ ଗସ୍ତରେ ଥିଲେ। ବୈଠକ ସମ୍ପର୍କରେ ଖବର ପାଇବାରୁ ସେ କହିଥିଲେ, ମୁଁ ତୁରନ୍ତ ଫେରିଯାଉଛି। ମୁଁ ତାଙ୍କୁ ଅନୁରୋଧ କଲି ଯେ ଆପଣ ବିଦେଶରେ ଥାଇ ନିଜର ପରାମର୍ଶ ପଠାଇ ଦିଅନ୍ତୁ। ବହୁତ ଅନୁରୋଧ କରିବା ପରେ ସେ ମୋ କଥା ମାନିଥିଲେ। ବିନ୍ଦେଶ୍ୱର ପାଠକ ନିଜ କର୍ତ୍ତବ୍ୟ ପ୍ରତି କେତେ ସଚେତନ ଥିଲେ ଏଥିରୁ ପ୍ରମାଣିତ ହୋଇଥାଏ।

ଆଜି ବିନ୍ଦେଶ୍ୱର ପାଠକ ମହାଶୟ ଭୌତିକ ରୂପରେ ଆମ ଗହଣରେ ନାହାନ୍ତି। ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ, ଆମେ ପୁଣିଥରେ ସ୍ୱଚ୍ଛତା ସଂକଳ୍ପକୁ ଦୋହରାଇବା। ବିକଶିତ ଭାତରର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଭାରତ ସ୍ୱଚ୍ଛ ଏବଂ ସୁସ୍ଥ ରହିବା ଜରୁରି। ଏଥିପାଇଁ ଆମକୁ ବିନ୍ଦେଶ୍ୱରଙ୍କ ପ୍ରୟାସକୁ ନିରନ୍ତର ଆଗକୁ ବଢ଼ାଇବାକୁ ହେବ। ସ୍ୱଚ୍ଛ ଭାରତରୁ ସୁସ୍ଥ ଭାରତ, ସୁସ୍ଥ ଭାରତରୁ ସୁସଙ୍ଗତ ଭାରତ, ସୁସଙ୍ଗତ ଭାରତରୁ ସଶକ୍ତ ଭାରତ, ସଶକ୍ତ ଭାରତର ସମୃଦ୍ଧ ଭାରତର ଏହି ଯାତ୍ରା, ଅମୃତ କାଳର ସବୁଠୁ ଜୀବନ୍ତ ଯାତ୍ରା ହେବ। ନିଶ୍ଚିତ ଭାବେ ଏହି ଯାତ୍ରାରେ ମୁଁ ବିନ୍ଦେଶ୍ୱର ମହାଶୟଙ୍କ ଅଭାବ ଅନୁଭବ କରିବି। ତାଙ୍କୁ ପୁଣିଥରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026
Latest News

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.