Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମର ଲକ୍ଷ୍ୟ ଉଚ୍ଚାଭିଳାଷୀ ଏବଂ ଆମର ନିଷ୍ଠା ଅଟଳ: ଜି20 ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ କହିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ଆଜିର ଖବର

ଆମର ଲକ୍ଷ୍ୟ ଉଚ୍ଚାଭିଳାଷୀ ଏବଂ ଆମର ନିଷ୍ଠା ଅଟଳ: ଜି20 ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ କହିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

August 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ‘‘ଆମର ଲକ୍ଷ୍ୟ ସ୍ପଷ୍ଟ, ଆମର ଲକ୍ଷ୍ୟ ଉଚ୍ଚାଭିଳାଷୀ ଏବଂ ଆମର ନିଷ୍ଠା ଅଟଳ। ” କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଗାନ୍ଧୀନଗରରେ ଜି20 ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଉଦ୍ୟୋଗର ଲିଡର ଏବଂ ଜି20 ମନ୍ତ୍ରୀ ତଥା ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ଅବସରରେ ନିଜର ମୁଖ୍ୟ ଭାଷଣରେ ଏହା କହିଛନ୍ତି।

ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଉପକରଣ କ୍ଷେତ୍ରରେ ଭାରତର ଶକ୍ତିକୁ ଡ. ମାଣ୍ଡଭିୟ ଗର୍ବର ସହ ସ୍ୱୀକାର କରି ଫାର୍ମାସ୍ୟୁଟିକାଲ୍ ଉତ୍କର୍ଷତା ପାଇଁ ବିଶ୍ୱସ୍ତରୀୟ ହବ୍ ଭାବରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଫାର୍ମାସ୍ୟୁଟିକାଲ୍ ଦୃଶ୍ୟପଟ୍ଟରେ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ସୁଲଭ, ଉଚ୍ଚ-ଗୁଣାତ୍ମକ ଔଷଧ ଯୋଗାଇବା ପାଇଁ ଦେଶର ଉତ୍ସର୍ଗୀକୃତ କାର୍ଯ୍ୟ ସହିତ ବିଶ୍ବର ଉପଲବ୍ଧତା ପାଇଁ ଏହାର ମହତ୍ତ୍ବପୂର୍ଣ୍ଣ ଅବଦାନକୁ ଭାରତ ବିଶ୍ବର ଟିକା ଆବଶ୍ୟକତାର 60% ଏବଂ ଜେନେରିକ୍ ରପ୍ତାନୀର 20-22% ଯୋଗାଇ ଦେଇଛି।

ଡକ୍ଟର ମାଣ୍ଡଭିୟ ମାନବତାର କଲ୍ୟାଣ ପାଇଁ ବିଶେଷ ଭାବରେ କୋଭିଡ୍-19 ମହାମାରୀ ସମୟରେ ପ୍ରଦର୍ଶିତ କରାଯାଇଥିବା ଭାରତର ଅତୁଟ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ। ସେ ଏକ ବିଶ୍ବ ନେତା ଭାବରେ ଭାରତର ଭୂମିକା ଉପରେ ଗୁରୁତ୍ବ ପ୍ରଦାନ କରି କହିଛନ୍ତି, ‘‘ମହାମାରୀ ବିପକ୍ଷରେ ଲଢ଼େଇରେଭାରତରେ ପ୍ରାୟ ପ୍ରାୟ 185 ଦେଶକୁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ କରାଇଛି।

ତାଙ୍କର ମୁଖ୍ୟ ଭାଷଣ ସ୍ବାସ୍ଥ୍ୟ ସେବାର ଭବିଷ୍ୟ, ମାତ୍ରା ଆଧାରିତ ଦୃଷ୍ଟିକୋଣ ରୁ ମୂଲ୍ୟ ଆଧାରିତ ନେତୃତ୍ବ ମଡେଲ ପର୍ଯ୍ୟନ୍ତ ହୋଇଥିବା ପରିବର୍ତ୍ତନର ଚାରି ପାଖରେ କେନ୍ଦ୍ରିତ ଭାରତର ଭିଜନ ଉପରେ ଆଧାରିତ ଥିଲା। ସେ କହିଛନ୍ତି ‘‘ସ୍ବାସ୍ଥ୍ୟ ସେବାରେ ଗୁଣବତ୍ତା, ସୁଗମ ପହଞ୍ଚ ଏବଂ ସୁଲଭତା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ରହିଛି।’’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ, ଭାରତ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ଅଟନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ଏବଂ ବିକାଶର ସବୁଠାରୁ ମହତ୍ତ୍ୱକୁ ସ୍ୱୀକାର କରି ଡ. ମାଣ୍ଡଭିୟ ଏକ ଅଭିନବ ପରିବେଶ ପ୍ରତିପାଦନ କରିବା ପାଇଁ ଭାରତର ପଦକ୍ଷେପ ଘୋଷଣା କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଫାର୍ମା-ମେଡିକାଲ ଉପକରଣ କ୍ଷେତ୍ରରେ ଗବେଷଣା ଏବଂ ବିକାଶ ତଥା ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏକ ଜାତୀୟ ନୀତି ପ୍ରଣୟନ କରିବାର ଶେଷ ପର୍ଯ୍ୟାୟରେ ଅଛି।

ଡ. ମାଣ୍ଡଭିୟଙ୍କ ସମ୍ପୂର୍ଣ୍ଣ ସମ୍ବୋଧନରେ ପଦକ୍ଷେପ ଗ୍ରହଣ କରିବାର ଆହ୍ବାନ ଗୁଞ୍ଜରିତ ହେଉଥିଲା। ସେ ସମସ୍ତ ଦେଶ, ସରକାରୀ ସଂସ୍ଥା, ଉଦ୍ୟୋଗ ଜଗତର ମହାରଥୀ, ସ୍ବାସ୍ଥ୍ୟ ସେବା ପେଶାଦାର ଏବଂ ଗବେଷଣାକାରୀଙ୍କୁ ଏକଜୁଟ୍ ହୋଇ ଏହି ସଂଯୁକ୍ତ ପ୍ରଚେଷ୍ଟାରେ ସାମିଲ୍ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ‘‘ଆମର ସାମୁହିକ ଶକ୍ତିରେ ଫାର୍ମାସ୍ୟୁଟିକାଲ୍ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ଅଭୁତପୂର୍ବ ଶିଖର ପର୍ଯ୍ୟନ୍ତ ନେଇଯିବାର କ୍ଷମତା ଅଛି।’’ ଡା. ମାଣ୍ଡଭିୟ ଗୁରୁତ୍ବ ପ୍ରଦାନ କରି କହିଛନ୍ତି, ‘‘ସ୍ବାସ୍ଥ୍ୟ ସେବା କେବଳ ଏକ କ୍ଷେତ୍ର ନୁହେଁ, ବରଂ ଏକ ମିଶନ୍ ଅଟେ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କୁ ଉଚ୍ଚତମ ଗୁଣବତ୍ତାଯୁକ୍ତ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ଭାରତର ପ୍ରତିବଦ୍ଧତାର ଅନୁରୂପ ଅଟେ। ଆମର ଫାର୍ମାସ୍ୟୁଟିକାଲ୍ ଏବଂ ଚିକିତ୍ସା ଉପକରଣ ଉଦ୍ୟୋଗ ଏହି ମିଶନରେ ଏକ ମହତ୍ତ୍ବପୂର୍ଣ୍ଣ ଭାଗିଦାରୀ ହୋଇପାରିଛି।

ଇଣ୍ଡୋନେସିଆର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ବୁଡି ଜି ସାଡିକିନ ଏବଂ ନେଦରଲ୍ୟାଣ୍ଡର ମନ୍ତ୍ରୀ ଡ. ଏର୍ନଷ୍ଟ କୁଇପର୍ସ ଉଦଘାଟନୀ ଭାଷଣରେ ସ୍ୱାସ୍ଥ୍ୟ ଏବଂ ଫାର୍ମାକୋଲୋଜିରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଭାରତରେ ଉତ୍ପାଦିତ ଔଷଧ ନେଦରଲ୍ୟାଣ୍ଡ, ୟୁରୋପରେ ଏବଂ ସମଗ୍ର ବିଶ୍ୱରେ ଜୀବନ ରକ୍ଷା କରିଥାଏ। ମୁଁ ଭାରତ ସହିତ ତୀବ୍ର ସହଯୋଗକୁ ଅପେକ୍ଷା କରିଛି। ଅଭିନବ ଔଷଧରେ ଭାଗିଦାରୀ ପାଇଁ ଅତୁଳନୀୟ ସୁଯୋଗ ଅଛି । ଜେନେରିକ୍ ଏବଂ ନିର୍ଦ୍ଦିଷ୍ଟ ଔଷଧରେ ଭାରତର କ୍ଷମତା ଏବଂ ଜ୍ଞାନ ସହିତ ଆମେ ଭାରତ ସହିତ ଅଧିକ ସମନ୍ୱିତ ସହଯୋଗକୁ ଅପେକ୍ଷା କରିଛୁ” ବୋଲି ଡ. କୁଇପର କହିଛନ୍ତି।

ଆଜି ଇଣ୍ଡୋନେସିଆର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଡକ୍ଟର ମାଣ୍ଡଭିୟ ଏକ ସଫଳ ଦ୍ୱିପାକ୍ଷିକ ବୈଠକ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଏବଂ ବିକାଶର ଅନେକ ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରସାୟନ ଏବଂ ସାର ମନ୍ତ୍ରଣାଳୟର ଫାର୍ମାସ୍ୟୁଟିକାଲ୍ସ ବିଭାଗର ସଚିବ ସୁଶ୍ରୀ ଏସ ଅପର୍ଣ୍ଣା ଏହି ବିଷୟ ଉପରେ ଗୁରୁତ୍ବପ୍ରଦାନ କରିଛନ୍ତି ଯେ ଏହି ପ୍ରକାରର ମଞ୍ଚ ଉଦ୍ୟୋଗ ଓ ସମଗ୍ର ବିଶ୍ବର ସରକାରଙ୍କୁ ପରସ୍ପର ଠାରୁ ଶିଖିବା ଏବଂ ସାର୍ବଭୌମିକ ସ୍ବାସ୍ଥ୍ୟ କଭରେଜ୍ ସହିତ ମିଳିତ ଲକ୍ଷ୍ୟ ଦିଗରେ ପରସ୍ପରକୁ ସମର୍ଥନ କରିବାର ସୁଯୋଗ ପ୍ରଦାନ କରିଥାଏ।

ସେ କୋଭିଡ -19 ମହାମାରୀରୁ ଶିଖାଯାଇଥିବା ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମହାମାରୀ ଆମକୁ ଶିକ୍ଷା ଦେଇଛି ଯେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ପ୍ରତିକ୍ରିୟା ନିଜ ଇଚ୍ଛାରେ ସୃଷ୍ଟି ହୋଇପାରିବ ନାହିଁ, କାରଣ ଏଥିପାଇଁ ଦୀର୍ଘକାଳୀନ ବିକାଶ ଏବଂ ନିବେଶ ଆବଶ୍ୟକ।

ଡା. ମାଣ୍ଡଭିୟ ନିଜର ନାଗରିକଙ୍କୁ ସୁଲଭ, କମ୍ ମୂଲ୍ୟରେ ଏବଂ ଗୁଣବତ୍ତାଯୁକ୍ତ ଔଷଧ ଉପଲବ୍ଧ କରିବାରେ ଭାରତର ସଫଳତାକୁ ଉଲ୍ଲେଖ କରି ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ବୁଡି ଜି ସାଦିକିନଙ୍କ ସହିତ ଜି20 ପ୍ରତିନିଧି ଏବଂ ମନ୍ତ୍ରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଜନ ଔଷଧୀ କେନ୍ଦ୍ରର ପରିଦର୍ଶନର ନେୃତୃତ୍ବ ନେଇଛନ୍ତି।

ଏହି ପରିଦର୍ଶନ ପରେ ଶ୍ରୀ ବୁଡି ଗୁନାଦି ସାଦିକିନ୍ କହିଛନ୍ତି ଯେ ଇଣ୍ଡୋନେସିଆରେ ନିଜର ଲୋକମାନଙ୍କୁ କିଛି ଭଲ ଔଷଧ ଦେବାକୁ ଚାହୁଁଛି। ମୁଁ ବିଭିନ୍ନ ଦେଶର ଅନେକ ମଡେଲ୍ ଦେଖିଛି ଏବଂ ଭାରତର ଜନ ଔଷଧୀ କେନ୍ଦ୍ର ମଡେଲ୍ ଲୋକମାନଙ୍କୁ ଗୁଣବତ୍ତାଯୁକ୍ତ, ସହଜ ଓ ସୁଗମ ତଥା ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରିବା ଦିଗରେ ବିଶ୍ବରେ ସବୁଠାରୁ ଉତ୍କୃଷ୍ଟ ଅଟେ।

ଜି୨୦ ଅଧ୍ୟକ୍ଷତା ଭାରତ ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.