Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧର୍ମପଦ ର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର
ଆଜିର ଖବର

ଧର୍ମପଦ ର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର

November 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତି ଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ। ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି ଓଡ଼ିଶାରେ। ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ। ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ “ଧର୍ମପଦ”, ଯାହାର ଟାଇଟଲ ରାଜଧାନୀର ଏକ ଘରୋଇ ହୋଟେଲ ରେ ଘୋଷଣା ହୋଇଛି।

ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା ଆଗରୁ କେହି କେବେ କହିନାହିଁ ବା କେହି ଶୁଣି ନାହିଁ, ସେହି ପରି କାହାଣୀକୁ ନେଇ ନିର୍ମିତ ହେଉଛି ‘ଧର୍ମପଦ’ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀପକ ନାୟକ।

ଫିଲ୍ମର ନିର୍ଦ୍ଦେଶନା ରେ ଅଛନ୍ତି ଦକ୍ଷ ନିର୍ଦ୍ଦେଶକ ଅଜୟ ପାଢୀ। ଫିଲ୍ମ ର ଟାଇଟିଲ ଘୋଷଣା ହୋଇଯାଇଥିବା ସହିତ ମୁଖ୍ୟ କଳାକାର ଚୟନ ମଧ୍ୟ ଚାଲିଛି।

ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ଓ ଏହି ଫିଲ୍ମରେ ଦର୍ଶକ ଏକ ରୋମାଞ୍ଚ ଭରା କାହାଣୀ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ସତ ଘଟଣା ଉପରେ ଆଧାରିତ ଏହି ଧର୍ମପଦ ଫିଲ୍ମ ର ଟାଇଟିଲ ଘୋଷଣା ଉତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ। ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭୁବନ ମୋହନ ଦାସ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆର. ଏନ୍. ଦାଶ, ମୁରର୍କା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ସୁନୀଲ ମୁରାକା, ସୁଭାଦ୍ରା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ପାତ୍ର, କ୍ରୋମ ସାଗର ପ୍ରା.ଲି. ର ଏମଡି ରାଜେନ୍ଦ୍ର କୁମାର ଥାଟୋଇ, ଏମଡି କଳିଙ୍ଗ ହସ୍ପିଟାଲ୍ ନୀଲଞ୍ଜନ ମୁଖାର୍ଜୀ, ଫିଲ୍ମର ନିର୍ଦ୍ଦେଶକ ଅଜୟ ପାଢ଼ୀ ପ୍ରଯୋଜକ ଦୀପକ ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଓଡିଆ ଚଳଚ୍ଚିତ୍ର ଧର୍ମପଦ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.