Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା : ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ, ବୁଷ୍ଟର ଟିକା ନେବାର ସମୟ ଆସିଲା କି ?
ଆଜିର ଖବର

କରୋନା : ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ, ବୁଷ୍ଟର ଟିକା ନେବାର ସମୟ ଆସିଲା କି ?

December 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟ ୭ ମାସ ତଳେ କୋଭିଡ୍-୧୯ ପାଇଁ ଜନସ୍ୱାସ୍ଥ୍ୟ ପରାମର୍ଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଭୂତାଣୁ ଚାଲିଯିବାର ନାଁ ନେଉନାହିଁ । ଓମିକ୍ରୋନ୍ ଭାରିଏଣ୍ଟ ଅନେକ ନୂଆ ସବ୍-ଭାରିଏଣ୍ଟରେ ପରିଣତ ହୋଇଛି, ଯାହାର ସଦ୍ୟତମ ହେଉଛି ଜେଏନ୍-୧, ଯାହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି ।

ଗୁରୁବାର ଭାରତରେ ୬ ଜଣଙ୍କର କୋଭିଡରେ ମୃତ୍ୟୁ ରେକର୍ଡ କରାଯାଇଛି- କେରଳରେ ୩, କର୍ଣ୍ଣାଟକରେ ୨ ଏବଂ ପଞ୍ଜାବରେ ଜଣେ । ସେହିପରି ୫୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ’ ପରେ ଏହା ଗତ ୭ ମାସ ମଧ୍ୟରେ ସର୍ବାଧିକ ସଂଖ୍ୟା । କୋଭିଡ୍-୧୯ ଗୁରୁତର ଲକ୍ଷଣ କିମ୍ବା ମୃତ୍ୟୁର କାରଣ ନୁହେଁ । ପଜିଟିଭ୍ ଚିହ୍ନଟ ହେଉଥିବା ଅଧିକାଂଶ ଲୋକଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ରହିଛି ।

ବିମାନବନ୍ଦରରେ କୌଣସି ଟ୍ରାଭେଲ ଆଡଭାଇଜରି ଜାରି କରିବା କିମ୍ବା ଆରଟି-ପିସିଆର ବାଧ୍ୟତାମୂଳକ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାକୁ ଏକ ନୂଆ ଲହର କହିବା ପୂର୍ବରୁ ସେମାନେ ଆଉ କିଛିଦିନ ଅପେକ୍ଷା କରିବେ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସେ ସତର୍କ କରାଇ ଦେଇଛନ୍ତି ଯେ ଜେଏନ-୧ ଡବ୍ଲୁଏଚ୍ଓର ଶେଷ ‘ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ ହୋଇନପାରେ ତେଣୁ ସତର୍କତାର ଆବଶ୍ୟକତା ରହିଛି ।

ଥଣ୍ଡା କିମ୍ବା ଜ୍ୱର ପାଇଁ ସମସ୍ତଙ୍କ ପରୀକ୍ଷା କରିବା ଜରୁରୀ କି ?

ଡବ୍ଲ୍ୟୁଏଚଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟ ସ୍ୱାମୀନାଥନ କହିଛନ୍ତି ଯେ ଇନଫ୍ଲୁଏଞ୍ଜା ଏ (ଏଚ୍୧ଏନ୍୧ ଓ ଏଚ୍୩ଏନ୍୨), ଆଡେନୋଭାଇରସ୍, ରାଇନୋଭାଇରସ୍ ଓ ଶ୍ୱାସକ୍ରିୟା ଜନିତ ଭୂତାଣୁ ଯୋଗୁଁ ହେଉଥିବା ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବର୍ଷା ଋତୁର ରୋଗ ସୃଷ୍ଟି କରିପାରେ, ଏହାର ଲକ୍ଷଣ କୋଭିଡ-୧୯ ସହ ସମାନ । ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରୀକ୍ଷା କରିବା ସମ୍ଭବ ନୁହେଁ । ଗମ୍ଭୀର ଶ୍ୱାସକ୍ରିୟା ଜନିତ ରୋଗ କିମ୍ବା ନିମୋନିଆ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ହିଁ ପରୀକ୍ଷା କରିବା ଜରୁରୀ ।

ଟେଷ୍ଟିଂ କମ୍ ହେଲେ କରୋନାକୁ ବଢ଼ିବାରୁ କିପରି ରୋକାଯିବ ?

ଯଦି କମ୍ ଲୋକଙ୍କ ପରୀକ୍ଷା କରାଯାଉଛି, ତେବେ କରୋନା ମାମଲା ବଢ଼ୁଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ସଂକ୍ରମଣ ବଢ଼ିବ କି ନାହିଁ ତାହା ଆକଳନ କରିବାର ଏକ ଉପାୟ ରହିଛି । ଏହି ଉପାୟରେ ବର୍ଜ୍ୟଜଳ ପରୀକ୍ଷା କରାଯାଉଛି । ଗ୍ଲେନେଗଲ୍ସ ଗ୍ଲୋବାଲ ହେଲ୍‍ଥ ସିଟିର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ସୁବ୍ରମଣ୍ୟମ ସ୍ୱାମୀନାଥନ କୁହନ୍ତି ଯେ ଅନେକ ଦେଶରେ କେଉଁ ପ୍ରକାର ସଂକ୍ରମଣ ବ୍ୟାପୁଛି ତାହା ଜାଣିବା ପାଇଁ ବର୍ଜ୍ୟଜଳ ନମୁନା ପରୀକ୍ଷା କରାଯାଏ ।

ଆମେ ମାସ୍କ ପିନ୍ଧିବା ଉଚିତ କି ?

ପୂର୍ବତନ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର କେ କୋଲାଣ୍ଡାସାମୀ କୁହନ୍ତି, ବନ୍ଦ କୋଠରୀ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଏକ ଭଲ ଚିନ୍ତାଧାରା, ଯେପରିକି ବିବାହ ହଲ୍, ଟ୍ରେନ୍ ଏବଂ ବସ୍ । ତେବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।

ବୟସ୍କ, ଗର୍ଭବତୀ ମହିଳା ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ। ଯିବାକୁ ହେଲେ ମାସ୍କ ପିନ୍ଧନ୍ତୁ ଶ୍ୱାସରୋଗ, ଥଣ୍ଡା କିମ୍ବା କାଶ ଥିବା ଲୋକମାନେ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ। ମାସ୍କ ପିନ୍ଧିବାଦ୍ୱାରା କେବଳ କୋଭିଡ-୧୯ ନୁହେଁ, ଅନ୍ୟାନ୍ୟ ବାୟୁବାହିତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

ଏବେ ବୁଷ୍ଟର ଡୋଜ ନେବା ଜରୁରୀ କି ?

କରୋନା ଟିକା ଗମ୍ଭୀର ରୋଗରୁ ରକ୍ଷା କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି, କିନ୍ତୁ ସମୟ କ୍ରମେ ଶରୀରରେ ଏହାର ପ୍ରଭାବ ହ୍ରାସ ପାଇଥାଏ । ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି କିମ୍ବା ଅତି କମରେ ୨ଟି ଟିକା ନେଇଛନ୍ତି, ତଥାପି ସେମାନେ ପୁଣି ସଂକ୍ରମିତ ହେଉଛନ୍ତି । ଏହି କାରଣରୁ ଡବ୍ଲ୍ୟୁଏଚଓ ଜେଏନ-୧ ଭାରିଆଣ୍ଟକୁ ‘ଭାରିଏଣ୍ଟ ଅଫ୍ କନସର୍ନ’ ଘୋଷଣା କରିଛି, କାରଣ ଏହା ଦ୍ରୁତ ଗତିରେ ବ୍ୟାପୁଛି । ଭାରତ ସମେତ ଅନେକ ଦେଶରେ ଟିକାର ଅପଡେଟ୍ ଭର୍ସନ ଉପଲବ୍ଧ ହୋଇସାରିଛି ।

ଆପୋଲୋ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଏସ୍ ରାମାସୁବ୍ରମଣ୍ୟନ୍ କହନ୍ତି, ବୟସ୍କ, ରୋଗ ପ୍ରତିରୋଧକ ଶକ୍ତି ସଂପନ୍ନ ବ୍ୟକ୍ତି ଏବଂ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ନେବା ଜରୁରୀ ।

ସରକାର କ’ଣ ସତର୍କତା ଅବଲମ୍ବନ କରୁଛନ୍ତି ?

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଟିଏସ୍ ସେଲଭାଭିନାୟାଗମ୍ କହିଛନ୍ତି ଯେ ଔଷଧ ମହଜୁଦ, ଅମ୍ଳଜାନ ଆବଶ୍ୟକତା ଏବଂ ଜରୁରୀକାଳୀନ ପରିସ୍ଥିତିରେ କ’ଣ କରାଯିବ ତାହା ଯାଞ୍ଚ କରିବା ପରେ ଡାକ୍ତରଖାନାଗୁଡ଼ିକୁ ମକ୍ ଡ୍ରିଲ୍ କରିବାକୁ କୁହାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.