Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିଲେନି ଆପ୍ ନେତା ସଞ୍ଜୟ ସିଂହ, କ’ଣ କହିଲେ ଅଧ୍ୟକ୍ଷ?
ଆଜିର ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିଲେନି ଆପ୍ ନେତା ସଞ୍ଜୟ ସିଂହ, କ’ଣ କହିଲେ ଅଧ୍ୟକ୍ଷ?

February 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଞ୍ଜୟ ସିଂହ
'ଫଳାଫଳ ଚକିତ କରିବ': ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

ନୂଆଦିଲ୍ଲୀ: ଆପ୍ ନେତା ସଞ୍ଜୟ ସିଂହ ଫେବ୍ରୁଆରି ୫ ତାରିଖ ସୋମବାର ରାଜ୍ୟସଭା ସାଂସଦଭାବେ ଶପଥ ନେଇପାରିବେ ନାହିଁ। ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ସାଂସଦଭାବେ ଶପଥ ନେବାକୁ ଅନୁମତି ଦେଇନାହାନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ ଏହି ମାମଲା ବର୍ତ୍ତମାନ ଅଧିକାର କମିଟି ପାଖରେ ଅଛି। ସୂଚନାଯୋଗ୍ୟ, ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ଆଂଶିକ ରିଲିଫ୍ ଦେଇଛନ୍ତି। କୋର୍ଟ ସଞ୍ଜୟ ସିଂହଙ୍କୁ ଜେଲରୁ ବାହାରି ରାଜ୍ୟସଭାରେ ଶପଥ ନେବାକୁ ଅନୁମତି ଦେଇଛନ୍ତି। ତେବେ ସୋମବାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ସାଂସଦଭାବେ ଶପଥ ନେବାକୁ ମନା କରିଦେଇଛନ୍ତି।

ଫେବ୍ରୁଆରି ୧ ତାରିଖ ଗୁରୁବାର ଦିନ ସଞ୍ଜୟ ସିଂହ ଅନ୍ତରୀଣ ଜାମିନ ଆବେଦନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫେବ୍ରୁଆରି ୫ତାରିଖରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ସେ ୭ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଏଥିସହ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବାକୁ ଆବେଦନ କରାଯାଇଥିଲା।

ଫେବ୍ରୁଆରି ୭ରେ ସୁଲତାନପୁର ଗସ୍ତ କରିପାରନ୍ତି ସଞ୍ଜୟ ସିଂହ

ତେବେ ସଞ୍ଜୟ ସିଂହଙ୍କ ପକ୍ଷରୁ ଓକିଲ ରଜତ ଭରଦ୍ୱାଜ କହିଛନ୍ତି ଯେ ଅନ୍ତରୀଣ ଜାମିନ ଦାବି ଉପରେ ଜୋର ଦିଆଯାଉନାହିଁ କାରଣ ଆପ୍ ନେତାଙ୍କୁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅନ୍ୟ ଏକ ମାମଲାର ଶୁଣାଣି ପାଇଁ ଫେବ୍ରୁଆରି ୭ରେ ସୁଲତାନପୁର ଯିବାକୁ ପଡ଼ିବ। ଜାମିନ ବଦଳରେ ତାଙ୍କୁ କେବଳ ଯିବାକୁ ଅନୁମତି ଦିଆଯାଇପାରିବ ଏବଂ ସଞ୍ଜୟ ସିଂହ ଫେବ୍ରୁଆରି ୫ରେ ରାଜ୍ୟସଭା ସଦସ୍ୟଭାବେ ଶପଥ ନେଇପାରିବେ। ତେବେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଆପ୍ ନେତାଙ୍କୁ ଶପଥ ନେବାକୁ ମଧ୍ୟ ଅନୁମତି ଦେଇନଥିଲେ।

ଅନ୍ୟପକ୍ଷରେ ଇଡି ମଧ୍ୟ ସଞ୍ଜୟ ସିଂଙ୍କ ଦାବିକୁ ବିରୋଧ କରିନଥିଲା। ତେବେ କୋର୍ଟ ସଞ୍ଜୟ ସିଂହଙ୍କ ଅନ୍ତରୀଣ ଜାମିନ ଆବେଦନଖାରଜ କରିବା ସହ ଫେବ୍ରୁଆରି ୫ ତାରିଖରେ ହିଁ ତାଙ୍କୁ ଶପଥ ନେବାକୁ ଅନୁମତି ଦିଆଯାଇଥିଲା।

aap oath Sanjay Singh
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026
Latest News

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.