Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିସାନ ସମ୍ମାନ ନିଧିର ୧୬ ତମ କିସ୍ତି ଜାରି, କୃଷକଙ୍କ ଆକାଉଣ୍ଟକୁ ଦୁଇ ହଜାର ପଠାଇଲେ ପିଏମ ମୋଦୀ
ଆଜିର ଖବର

କିସାନ ସମ୍ମାନ ନିଧିର ୧୬ ତମ କିସ୍ତି ଜାରି, କୃଷକଙ୍କ ଆକାଉଣ୍ଟକୁ ଦୁଇ ହଜାର ପଠାଇଲେ ପିଏମ ମୋଦୀ

February 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଷାନ ସମ୍ମାନ ନିଧି ଯୋଜନା
୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ପାଇଁ ସମ୍ମାନ ନିଧି ଘୋଷଣା କରିଛନ୍ତି। ଏହା ଅଧୀନରେ ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ୟବତମାଲରେ ଏକ କାର୍ଯ୍ୟକ୍ରମ ସମୟରେ ସେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଘୋଷଣା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ କିସାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିଛି। ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯ କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନାର ୧୬ ତମ କିସ୍ତିର ଲାଭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ସେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। କୃଷକ, ଗରିବ, ମହିଳା ଏବଂ ଯୁବକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବାରୁ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଗତ ଦଶନ୍ଧି ଭାରତ ପାଇଁ ଏକ ସୁବର୍ଣ୍ଣ ସମୟ ଅଟେ।

ଟଙ୍କା ଆସିଛି କି ନାହିଁ କିପରି ଯାଞ୍ଚ କରିବେ?

ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ।

ଏହା ପରେ, ମୂଳପୃଷ୍ଠାରେ ଥିବା ସଂପୃକ୍ତ ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ତା’ପରେ କ୍ୟାପଚା ପୁରଣ କରନ୍ତୁ ଏବଂ ‘Get Status’ ଉପରେ କ୍ଲିକ୍ କରନ୍ତୁ।

ବର୍ତ୍ତମାନ ଆପଣଙ୍କର ସ୍କ୍ରିନରେ ଦେୟର ସ୍ଥିତି ଦେଖାଯିବ।

PM Kisan ମୋବାଇଲ୍ ଆପ୍ ର ସାହାଯ୍ୟ ନିଅନ୍ତୁ:

ସର୍ବପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ PM କିସାନ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ।

ଏହା ପରେ ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ପ୍ରବେଶ କରନ୍ତୁ।

ବର୍ତ୍ତମାନ OTP ପ୍ରବେଶ କରନ୍ତୁ ଏବଂ ‘ଲଗଇନ୍’ ଉପରେ କ୍ଲିକ୍ କରନ୍ତୁ।

ତା’ପରେ Beneficiary Status’ ଉପରେ କ୍ଲିକ୍ କରନ୍ତୁ।

ଏହା ପରେ ଆପଣଙ୍କ ସ୍କ୍ରିନରେ ଆପଣଙ୍କ ଦେୟର ସ୍ଥିତି ଦେଖାଯିବ।

narendra modi PM-Kisan
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଏସୀୟ କ୍ରୀଡ଼ା: ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ, ଜାଣନ୍ତୁ କେବେ?

September 21, 2026

ଗଞ୍ଜାମ-ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିପାରେ ଅବପାତ: ୨୨ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

September 21, 2026

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026
Latest News

୨୦୨୬ ଏସୀୟ କ୍ରୀଡ଼ା: ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ, ଜାଣନ୍ତୁ କେବେ?

September 21, 2026

ଗଞ୍ଜାମ-ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିପାରେ ଅବପାତ: ୨୨ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

September 21, 2026

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.