AAP କୁ ବଡ ଝଟକା: ଜୁନ୍ ୧୫ ସୁଦ୍ଧା ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published: Mar 4, 2024, 3:52 pm IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସମୟ ବୃଦ୍ଧି କରିଛନ୍ତି। ବାସ୍ତବରେ, ଆମ୍ ଆଦମୀ ପାର୍ଟି ବିରୋଧରେ ଏକ ଅଭିଯୋଗ କରାଯାଇଥିଲା ଯେ, ରାଉସ୍ ଆଭେନ୍ୟୁ କୋର୍ଟକୁ ଦିଆଯାଇଥିବା ଜମିରେ ସେମାନଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି।

ଏହି ପ୍ରସଙ୍ଗରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ। ଏହି ନିଷ୍ପତ୍ତି ବିରୋଧରେ AAP ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, AAP ଏକ ନୂତନ କାର୍ଯ୍ୟାଳୟ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ୪ ସପ୍ତାହ ମଧ୍ୟରେ ସଂପୃକ୍ତ ବିଭାଗ AAP ର ଆବେଦନ ଉପରେ ନିଷ୍ପତ୍ତି ନେବା ଉଚିତ୍। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଜମି ପୂର୍ବରୁ କୋର୍ଟକୁ ଦିଆଯାଇଥିଲା। ସେହି ଜମିରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଏକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ସେଠାରେ ପାର୍ଟି ଅଫିସ୍ ଚଲାଯାଇଇପାରିବ ନାହିଁ।

Related posts