ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୫୬୪ କୋଟି ଟଙ୍କାର ଜରିମାନା ନୋଟିସ ପଠାଇଲା ଆୟକର ବିଭାଗ

Published: Mar 30, 2024, 8:35 am IST

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ (BOB) ଉପରେ ଆୟକର ବିଭାଗ ୫୬୪.୪୪ କୋଟି ଟଙ୍କା ଜରିମାନା କରିଛି। ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ଗୁରୁବାର କହିଛି ଯେ, ଆୟକର କମିଶନର, ନ୍ୟାସନାଲ ଫେସଲେସ ଅପିଲ ସେଣ୍ଟର (ଏନଏଫଏସି) ଙ୍କ ନିକଟରେ ଏହି ଆଦେଶ ବିରୋଧରେ ଆବେଦନ କରିବା ପ୍ରକ୍ରିୟା ଚାଲିଛି।

ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବାବ୍ୟାଙ୍କ ସୂଚନାରେ କହିଛି ଯେ, “ଆୟକର ଅଧିନିୟମ, ୧୯୬୧ ର ଧାରା ୨୭୦ଏ ଅନୁଯାୟୀ ଆଦେଶ ମିଳିଛି, ଯେଉଁଥିରେ ବିଭିନ୍ନ ନିୟମର ଉଲ୍ଲଂଘନ ଉପରେ ୫୬୪.୪୪ ଟଙ୍କା ଜୋରିମାନା ଲାଗିଛି।

ବ୍ୟାଙ୍କ କହିଛି ଯେ, “ତେଣୁ ଆଶା କରାଯାଏ ଯେ ସମଗ୍ର ଜରିମାନା ହ୍ରାସ ପାଇବ। ଯାହାଦ୍ୱାରା ବ୍ୟାଙ୍କର ଆର୍ଥିକ, କାର୍ଯ୍ୟକ୍ଷମ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

Related posts