Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ଚାଲିଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ମଞ୍ଚରେ ରାମୋଜୀ ରାଓଙ୍କୁ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏହି ଅବସରରେ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ଏବଂ ଉପସ୍ଥିତ ଦର୍ଶକମାନେ ୧ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭାରତୀୟ ସିନେମା ଓ ଗଣମାଧ୍ୟମ ସହିତ ଓଡ଼ିଆ ମନୋରଞ୍ଜନ ଓ ନ୍ୟୁଜ୍ ମିଡିଆ ଜଗତ ପ୍ରତି ରାମୋଜୀ ରାଓଙ୍କର ବିଶେଷ ଅବଦାନକୁ ଏଠାରେ ସ୍ମରଣ କରାଯାଇଥିଲା।

ଶ୍ରଦ୍ଧାଞ୍ଜଳି ପ୍ରଦାନ ବେଳେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ଆୟୋଜକମାନଙ୍କ ଭିତରୁ ବଲିଉଡର ସାଉଣ୍ଡ ଡିଜାଇନର ସୁବାସ ସାହୁ, ବରିଷ୍ଠ ସିନେ ସାମ୍ବାଦିକ ଅଶୋକ ପାଲିତ, ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ ଏବଂ ଯୁବ ଫିଲ୍ମ ନିର୍ମାତା ସୁରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାମୋଜୀ ରାଓ ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ଥିଲେ। ସେ ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ବିଶେଷକରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ଏବଂ ଆଧୁନିକ ପର୍ଯ୍ୟଟନ ସ୍ଥଳ ପ୍ରତିଷ୍ଠା କରି ସେ ମନୋରଞ୍ଜନ ଓ ପର୍ଯ୍ୟଟନ ଦୁନିଆକୁ ଏକ ବଡ଼ ଭେଟି ଦେଇଥିଲେ।

ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ। ତେଲୁଗୁ ଭାଷାରେ ସେ ଈନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ଠିଆ କରିଥିଲେ। ପରବର୍ତ୍ତୀ ସମୟରେ ଈନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ। ସେହିପରି ଈଟିଭି ଭାରତ ବ୍ୟାନରରେ ସେ ବହୁଭାଷୀ ଡିଜିଟାଲ ପ୍ଲାଟଫର୍ମ ପ୍ରତିଷ୍ଠା କରି ଗଣମାଧ୍ୟମରେ ଏକ ନୂଆ ପାହାଚ ଛୁଇଁଥିଲେ।

ଭାରତର ଆଞ୍ଚଳିକ ଟେଲିଭିଜନର ପ୍ରସାର କ୍ଷେତ୍ରରେ ଈଟିଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉଭୟ ମନୋରଞ୍ଜନ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଥିଲା ଏହି ମିଡିଆ ନେଟୱର୍କ।

ଓଡ଼ିଶାର ଗଣମାଧ୍ୟମ ବିଶେଷକରି, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ। ସେ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଉପହାର ଦେଇଥିଲେ। ଈଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି।

ଜୟଦେବ ଭବନ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Latest News

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.