Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୁଷ ପ୍ରତି ଭାରତର କଡ଼ା ଆଭିମୁଖ୍ୟ: ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କଲା ଦାବି
ଆଜିର ଖବର

ରୁଷ ପ୍ରତି ଭାରତର କଡ଼ା ଆଭିମୁଖ୍ୟ: ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କଲା ଦାବି

July 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୟଶଙ୍କର
'ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା': QUAD ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଜୟଶଙ୍କର

ନୂଆଦିଲ୍ଲୀ: କାଜାଖସ୍ତାନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଂଶଗ୍ରହଣ କରିଛନ୍ତି। ବୁଧବାର ଦିନ ବୈଦେଶିକ ମନ୍ତ୍ରୀ କାଜାଖସ୍ତାନରେ ତାଙ୍କ ରୁଷର ପ୍ରତିପକ୍ଷ ସରୋଜ ଲାଭ୍ରୋଭଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ସେ ରୁଷ-ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ବୈଦେଶିକ ମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କୁ ଅସ୍ତାନରେ ଭେଟିଥିଲି। ମୁଁ ସେହି ଭାରତୀୟ ନାଗରିକଙ୍କ ପାଇଁ ମୋର ଚିନ୍ତା ପ୍ରକଟ କରିଛି, ଯେଉଁମାନେ ବର୍ତ୍ତମାନ ଯୁଦ୍ଧ ଅଞ୍ଚଳରେ ଫସି ରହିଛନ୍ତି। ସେମାନଙ୍କ ନିରାପଦ ଏବଂ ଶୀଘ୍ର ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି।

ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ପ୍ରାୟ ୨୦୦ ଭାରତୀୟ ନାଗରିକ ରୁଷ ସେନାରେ ସୁରକ୍ଷା ସହାୟକ ଭାବରେ ନିଯୁକ୍ତ ହୋଇଥିଲେ। ରୁଷ-ୟୁକ୍ରେନ ଯୁଦ୍ଧରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ପ୍ରସଙ୍ଗରେ ରୁଷ ପ୍ରତି ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିସାରିଛି। ଭାରତ କହିଛି ଯେ, ଏହି ପଦକ୍ଷେପ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ପର୍କ ସହ ମେଳ ଖାଉ ନାହିଁ। ଭାରତ ଏବଂ ରୁଷରେ ଥିବା ରୁଷର ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ସମ୍ବୋଧିତ କରିଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଶୀଘ୍ର ମୁକ୍ତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।

indian S Jaishankar
Share. Facebook Twitter LinkedIn Email WhatsApp Copy Link

Related Posts

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026
Latest News

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.