Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା
ଆଜିର ଖବର

ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

August 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍‌ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍‌ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍‌ଏସ୍‌ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍‌ସ, ପ୍ରତିଭା ଓ ନିଯୁକ୍ତି ନିମନ୍ତେ ସୁଯୋଗ ବିକଶିତ କରିବା ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ଭିଏସ୍‌ଆଇ ପକ୍ଷରୁ ସାରା ବିଶ୍ୱରେ ସେମିକଣ୍ଡକ୍ଟର ଯୋଗାଣ ଚେନ୍ କାର୍ଯ୍ୟ କରୁଥିବା ବେଳେ ଏହା ନିକଟରେ ୫୦୦୦ ରୁ ଊର୍ଦ୍ଧ୍ୱ ସେମିକଣ୍ଡକ୍ଟର ବୃତିଧାରୀ ଓ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି।

ଏହି ବୁଝାମଣା ଦ୍ୱାରା ସୋଆ ବର୍ତମାନ ଓ ଭବିଷ୍ୟତରେ ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବୃଦ୍ଧି କରିବା ନିମନ୍ତେ ଉଦ୍‌ଭାବନ ଗବେଷଣା ଓ ପ୍ରତିଭାକୁ ବଳିଷ୍ଠ କରିପାରିବ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଭିଏସ୍‌ଆଇର ସଭାପତି ଡକ୍ଟର ସତ୍ୟ ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ବୁଝାମଣା ଅନୁଯାୟୀ ସୋଆ ଏବଂ ଭିଏସ୍‌ଆଇ ଗବେଷଣା ଓ ଉଦ୍‌ଭାବନ କ୍ଷେତ୍ରକୁ ନେଇ ମିଳିତ ଭାବେ କାର୍ଯ୍ୟ କରିବେ। ସେହିପରି ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର ବର୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିଏସ୍‌ଆଇ ଏବଂ ସୋଆ ମିଳିତ ଭାବେ ଗବେଷଣା କରିବେ।

ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ପାଇଁ ଆୟୋଜନ କରିବେ। ନିଜର ଇଣ୍ଡଷ୍ଟ୍ରି ଭଲ୍ୟୁଂଟର ନେଟୱାର୍କ ମାଧ୍ୟମରେ ଭିଏସ୍‌ଆଇ ବିଶେଷଜ୍ଞଙ୍କ ଦ୍ୱାରା ବକ୍ତୃତା, ପ୍ରୋଜେକ୍ଟ ଆୟୋଜନ କରିବା ସହ ସୋଆର ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରର ଛାତ୍ରଛାତ୍ରୀଙ୍କର ଇନ୍‌ଟର୍ଣ୍ଣସିପ୍ ସୁଯୋଗ ସୃଷ୍ଟି ଓ ପରାମର୍ଶ ଦ୍ୱାରା ସାହାଯ୍ୟ ପ୍ରଦାନ କରିବ।

ଦୁଇ ଅନୁଷ୍ଠାନ ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ପାଠ୍ୟକ୍ରମକୁ ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରରେ ସାମିଲ କରିବା ପାଇଁ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିରେ ଭିଏସ୍‌ଆଇ ସାହାଯ୍ୟ କରିବ।

ଏହାଛଡ଼ା ଭିଏସ୍‌ଆଇ ଏବଂ ସୋଆ ହାଇସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଯୁକ୍ତି ସୁଯୋଗ ତଥା ଏହି ବିଷୟକୁ ନିଜର ଇଞ୍ଜିନିୟରିଂ ବ୍ରାଂଚରେ ସାମିଲ କରାଇବା ନିମନ୍ତେ ସଚେତନତା ସୃଷ୍ଟି କରିବେ।

ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ବେଙ୍ଗାଲୁରୁ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

June 28, 2026

ମଟନ ପାଇଁ କଟିଲା ବେକ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.