Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଭେନ୍ସା ନାମ ପରିବର୍ତ୍ତନ ନେଇ ଭର୍ତ୍ତୁହରିଙ୍କୁ ପରୋକ୍ଷରେ ବାଣ ମାରିଲେ ନବୀନ ପଟ୍ଟନାୟକ
ଆଜିର ଖବର

ରେଭେନ୍ସା ନାମ ପରିବର୍ତ୍ତନ ନେଇ ଭର୍ତ୍ତୁହରିଙ୍କୁ ପରୋକ୍ଷରେ ବାଣ ମାରିଲେ ନବୀନ ପଟ୍ଟନାୟକ

September 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହା କ'ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ? କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା। ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି।

ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’

ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ ଭର୍ତ୍ତୁହରିଙ୍କ ନାମ ବା ତାଙ୍କ ଲେଖା ସଂପର୍କରେ ସେ କିଛି ଉଲ୍ଲେଖ କରି ନାହାଁନ୍ତି। ହେଲେ ସେ ଯାହା କିଛି ମତ ଦେଇଛନ୍ତି ତାହା ଭର୍ତ୍ତୁହରିଙ୍କ ଲେଖାର ପ୍ରତ୍ୟୁତର ବୋଲି ସ୍ପଷ୍ଟ ଜଣାପଡୁଛି। କାରଣ ନବୀନ ତାଙ୍କ ଲେଖାରେ ମୟୁରଭଂଜ ରାଜା ଏବଂ ଫକୀର ମୋହନଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି। ଯାହା ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ଯାହା ଉଲ୍ଲେଖ କରିଛନ୍ତି ତାହା ହେଲା,

” ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

Naveen Patnaik ନବୀନ ପଟ୍ଟନାୟକ ଭର୍ତ୍ତୁହରି ମହତାବ ରେଭେନ୍ସା ରେଭେନ୍ସା ବିଶ୍ବବିଦ୍ୟାଳୟ ସାଂସଦ ଭର୍ତ୍ତୁହରି ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.