Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା
ଆଜିର ଖବର

ରେଢ଼ାଖୋଲରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ରେଢ଼ାଖୋଲ ଉପଖଣ୍ଡର ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନୀୟ ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟତଃ କୃଷି ବିଭାଗ,ବନବିଭାଗ,ଜଳ ସେଚନ, ଯୋଗାଣ ବିଭାଗ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ଜାତୀୟ ରାଜପଥ,ପାନୀୟ ଜଳ,ସ୍ୱାସ୍ଥ୍ୟ,ପାନୀୟ ଜଳ, ଶିକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଦ୍ୟୁତ ବିଭାଗ, ସୁଭଦ୍ରା, ରେଢ଼ାଖୋଲ ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ନିଜର ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ମାନ୍ୟବର ମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଥିଲେ।

ବିଭାଗୀୟ କାର୍ଯ୍ୟକୁ ସଠିକ ଭାବେ ଆଗକୁ ନେବା ରେଢ଼ାଖୋଲ ଅଞ୍ଚଳ ସହିତ ସମ୍ବଲପୁର ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର କରିବା ପାଇଁ ସମସ୍ତେ ସଂକଳ୍ପ ହୋଇ କାମ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକ ମାନେ ଯେମିତି ଉନ୍ନତ ସେବା ପାଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ ସରକାର ୧୦୦ ଦିନ ପାର କରିସାରିଛି।

ବିଭିନ୍ନ ଲୋକାଭିମୁଖୀ ଯୋଜନା ହାତକୁ ନେବା ସହିତ ଆଗକୁ ମଧ୍ୟ ଏହି ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଇଁ ବହୁତ କାର୍ଯ୍ୟ କରିବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ନୂଆଁ ପ୍ରକଳ୍ପ ଚିନ୍ତା କରନ୍ତୁ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି। ସରକାର ଜମି ହିଁ ଜମି ଦେବା, ଖେଳ ପଡିଆ କ୍ଲଷ୍ଟର କଲୋନୀ ନିର୍ମାଣ ଉପରେ ମାନ୍ୟବର ମନ୍ତ୍ରୀ ଆଲୋଚନା କରିଥିଲେ।

ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବନାରାୟଣ ସାହୁ,ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ରେଢ଼ାଖୋଲ ବିଡ଼ିଓ ମନୋଜ ମେହେର, ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ ସମେତ ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026
Latest News

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.