Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଣି ନିଲାମ ଓ ପଥର ବିସ୍ଫୋରଣ ବିରୋଧରେ ଗ୍ରାମ ବାସୀଙ୍କ ରଣପୁର ତହସିଲ୍ ସମ୍ମୁଖରେ ପ୍ରତିବାଦ
ଆଜିର ଖବର

ଖଣି ନିଲାମ ଓ ପଥର ବିସ୍ଫୋରଣ ବିରୋଧରେ ଗ୍ରାମ ବାସୀଙ୍କ ରଣପୁର ତହସିଲ୍ ସମ୍ମୁଖରେ ପ୍ରତିବାଦ

November 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ତହସିଲ ଅଧିନସ୍ଥ ଛପରି କୋଇଲମା ମୌଜାରେ ଥିବା ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରି ପ୍ରଶାସନ ବେଆଇନ ଖଣି ନିଲାମ ଦେବାରୁ କୋଇଲମା ଅଞ୍ଚଳରେ ଯକ୍ଷ୍ମା ରୋଗ ବ୍ୟାପିବା, ପକ୍କା ଘର ଗୁଡିକ ଫାଟିବା, ଧ୍ୱନି ପ୍ରଦୂଷଣ ଯୋଗୁଁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବା ଦ୍ଵାରା ଲୋକେ କ୍ଷତି ଗ୍ରସ୍ତ ହେବା ଓ ସାଧାରଣ ଲୋକେ କାମ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୂର୍ବରୁ ଖଣି ନିଲାମକୁ ବିରୋଧ କରି ରାସ୍ତା ଅବରୋଧ ଭଳି ଘଟଣା ଘଟିଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିଲାମ ଓ ପଥର ବିସ୍ଫୋରଣ ସମ୍ପୂର୍ଣ୍ଣ ବାତିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ବର୍ତ୍ତମାନ ଏକ ଆନ୍ଧ୍ରପ୍ରଦେଶ କମ୍ପାନୀକୁ ଦଶ ବର୍ଷ ପାଇଁ ନିଲାମ ଦେବାର ଉଦ୍ୟମ ଜାରି ରଖିବା ସହ ଜନଗଣଙ୍କ ସ୍ଵାର୍ଥକୁ ଆଖି ମୁଜି ଦେଇ ବ୍ଳାଷ୍ଟିଙ୍ଗ କରିବାର ଅନୁମତି ଦେବାକୁ ବସିଛନ୍ତି। ଏହାର ପ୍ରତିବାଦ କରି କୋଇଲମାର ଗ୍ରାମବାସୀ ଆଜି ରଣପୁର ତହସିଲ ଦାର ଆର୍ଯ୍ୟ କୁମାରଙ୍କୁ ଭେଟି ଏକ ଚରମ ପତ୍ର ପ୍ରଦାନ କରିଥିଲେ।

ଅନ୍ୟାୟ ଖଣି ନିଲାମ ଓ ବ୍ଳାଷ୍ଟିଙ୍ଗ ତୁରନ୍ତ ବାତିଲ କରିବାକୁ ଗ୍ରାମ ବାସୀଦାବୀ କରିଥିଲା ବେଳେ ପ୍ରଶାସନ ଟାଳଟୁଳ ନୀତି ନେଲେ ଆଗାମୀ ଦିନରେ ପ୍ରଶାସନକୁ ଅଚଳ କରି ଦେବାକୁ ଚେତାବନୀ ଦେଇଛନ୍ତି। ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଧମକ ଦେଇଛନ୍ତି।

ଏହାର ନକଲ ଜିଲ୍ଲାପାଳ ନୟାଗଡ଼, ଆରକ୍ଷୀ ଅଧିକ୍ଷକ ନୟାଗଡ଼ ଜିଲ୍ଲା ଓ ରଣପୁର ଥାନା ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ଙ୍କୁ ଦିଆଯାଇଛି।

ଏହି ପ୍ରତିବାଦରେ ବରିଷ୍ଠ ଓକିଲ ଗିରିଜା କାନ୍ତ ମହାପାତ୍ର ଓ ସମାଜ ସେବୀ ସୁରେଶ ସ୍ଵାଇଁ ସମର୍ଥନ କରିଥିଲା ବେଳେ ଭିକାରୀ ଚରଣ ସାହୁ, ଗଙ୍ଗାଧର ସାହୁ, ଶରତ ପ୍ରଧାନ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

ରଣପୁର ତହସିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Latest News

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.