Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥ୍ରୀ ଡିସ୍ ଓ ସମୀର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ:
ଆଜିର ଖବର

ଥ୍ରୀ ଡିସ୍ ଓ ସମୀର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ:

December 13, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଥ୍ରୀ ଡି ଇଣ୍ଟ୍ରିଗ୍ରେଟେଡ୍ ସଲ୍ୟୁସନସ ଲିମିଟେଡ୍ ( ଥ୍ରୀ ଡିସ୍ ) ଓ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଗବେଷଣାର ଏକ ଅଗ୍ରଣୀ ଅନୁଷ୍ଠାନ ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ ଇଲେକଟ୍ରୋନିକ୍ସ ଇଂଜିନିୟରିଂଓ ରିସର୍ଚ୍ଚ ( SAMEER ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଛି। ଭାରତୀୟ ବଜାରରେ ଲଗାତର ଭାବେ ସାମରିକ ଓ ବେସାମରିକ ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣର ଚାହିଦା ବଢୁଥିବା ବେଳେ ଏହି ଚ୍ୟାଲେଞ୍ଜର  ମୁକାବିଲା କରିବାକୁ କରାଯାଇଛି ଏହି ରଣନୀତିକ ଭାଗିଦାରୀ। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ଏହା କାମ କରିବ।

ଏଥିପାଇଁ ଆଜି ଥ୍ରୀ ଡିସ୍ ଓ ସମୀର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଥ୍ରୀ ଡିସ୍ ତରଫରୁ ଏହି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦି ଭାଟିଆ ଏବଂ ସମୀର ତରଫରୁ ଏହାର ମହାନିର୍ଦ୍ଦେଶକ ଡକ୍ଟର ପି. ହନୁମନ୍ତ ରାଓ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ବୁଝାମଣାପତ୍ର ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଏସ୍ କ୍ରିଷ୍ଣନ, ଗ୍ରୁପ କୋଅର୍ଡିନେଟର ଏସ କେ ମରଓ୍ୱାହା, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀ, ସମୀର ଓ ଥ୍ରୀ ଡିସ୍ କର୍ତ୍ତୃପକ୍ଷ।

ମନ୍ଥନ ପ୍ଲାଟଫର୍ମ

୧୫ ଅଗଷ୍ଟ ୨୦୨୨ରେ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ ମନ୍ଥନ ପ୍ଲାଟଫର୍ମର ଶୁଭାରମ୍ଭ କରିଥିଲେ। ଭାରତରେ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଓ ନୂତନ ତଥା ଅଭିନବ ପରିବେଶର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା, ତାକୁ ଆହୁରି ସମୃଦ୍ଧ କରିବା ଓ ପରସ୍ପର ସହଯୋଗରୁ ଯେଉଁ ସଫଳତା ମିଳିବ, ତାକୁ ଉପଭୋଗ କରିବା ଦିଗରେ ଏହା ଏକ ଏକ ଯୁଗାନ୍ତକାରୀ  ପଦକ୍ଷେପ ଥିଲା।

ଭାରତର ନିଜସ୍ୱ ଲକ୍ଷ୍ୟ ଓ ଜାତିସଂଘର ସସଷ୍ଟେନବୁଲ ଗୋଲ୍ (ଏସଡିସି) ହାସଲ କରିବା ପାଇଁ ଏହି ପ୍ଲାଟଫର୍ମ ତିଆରି କରାଯାଇଥିଲା। ବିଭିନ୍ନ କ୍ଷେତ୍ର, ସାଧାରଣ ଲୋକଙ୍କ ଉପକାର ପାଇଁ କାମ କରୁଥିବା ସଂଗଠନ ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କାମ କରୁଥିବା ସଂସ୍ଥା କିପରି ସହଜରେ ପରସ୍ପରକୁ ସହଯୋଗ କରିପାରିବେ, ସେହି ଉଦ୍ଦେଶ୍ୟ ନେଇ ମନ୍ଥନ ତିଆରି କରିଯାଇଥିଲା। ଅଂଶୀଦାରମାନଙ୍କୁ ବିକେନ୍ଦ୍ରୀକରଣ ଓ ଗଣତନ୍ତ୍ରର ପରିବେଶ ପରିବେଶ ପ୍ରଦାନ କରିବା ଥିଲା ଏହାର ପ୍ରମୁଖ ଉଦ୍ଦେଶ୍ୟ।  …

ବିମାନ ବନ୍ଦର ପାଇଁ ଉଚ୍ଚ ଜ୍ଞାନକୌଶଳଯୁକ୍ତ ସ୍ୱଦେଶୀ ସମାଧାନ ପ୍ରଦାନ କରିବା ପାଇଁ ଦୁଇଟି ଅଗ୍ରଣୀ ଅନୁଷ୍ଠାନ ପରସ୍ପର ସହିତ ମିଳିମିଶି କାମ କରୁଛନ୍ତି। ମନ୍ଥନ ଜରିଆରେ ଏହା ସମ୍ଭବ ହୋଇପାରିଛି।

ନନ୍ଦୀ ଭାଟିଆ କହିଛନ୍ତି, ବିମାନ ଚଳାଚଳ  କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ଦିଗରେ ବିଶ୍ୱରେ ନୂଆ ନୂଆ ଆବିଷ୍କାର ଓ ବୈଷୟିକ ଜ୍ଞାନକୌଶଳର ପ୍ରସାରରେ ଭାରତର ବହୁତ ବଡ଼ ଭୂମିକା ରହିଛି।  ସ୍ୱଦେଶୀ ଡିଜାଇନର ଚାହିଦା ପୂରଣ, ବିଭିନ୍ନ ଟେକ୍ନୋଲଜିର ବିକାଶ ଓ  ମ୍ୟାନୁଫ୍ୟାକଚରିଂରେ ଫୋକସ୍ କରିବାକୁ ଏହି ସହଯୋଗିତା କାମ ଦେବ।

ସେ ଆହୁରି କହିଛନ୍ତି, ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣରେ ଫୋକସ୍ କରୁଥିବା ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସଂପନ୍ନ କରିବାରେ ଆମର ଏହି ସହଯୋଗିତା କାମରେ ଆସିବ।

ବିମାନ ଚଳାଚଳର ବୈଷୟିକ ଜ୍ଞାନକୌଶଳରେ ଏହି କ୍ଷେତ୍ର ସହିତ ସରକାରଙ୍କ ସହଯୋଗିତା  

ସମୀର (SAMEER) ପରି କେନ୍ଦ୍ର ସରକାରଙ୍କ ଏକ ଗବେଷଣାତ୍ମକ ଅନୁଷ୍ଠାନ ଓ ଦେଶର ପ୍ରମୁଖ ବିମାନ ବନ୍ଦରରେ କାମ କରୁଥିବା ସଂସ୍ଥା ଥ୍ରୀ ଡିସ୍  ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ତାକୁ ସ୍ୱାଗତ କରିଥିଲେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା (ପିଏସଏ) ପ୍ରଫେସର ଅଜୟ କୁମାର ସୁଦ୍ । ସମୀରର କ୍ଷମତା ଉପରେ ବିମାନ ଚଳାଚଳ କ୍ଷେତ୍ର ଭରସା କରିଥିବାରୁ ଏହାକୁ ସେ ପ୍ରଶଂସା କରିଥିଲେ। ପିଏସଏଙ୍କ ଅଫିସ ତରଫରୁ ହୋଇଥିବା ଉଦ୍ୟମରେ ମନ୍ଥନ ଜରିଆରେ ବିମାନ ଚଳାଚଳ କ୍ଷେତ୍ର ଓ କେନ୍ଦ୍ର ସରକାରଙ୍କ ଏକ ଗବେଷଣାତ୍ମକ ସଂସ୍ଥା ମଧ୍ୟରେ ଏପରି ଏକ ଅଭିନବ ସହଭାଗିତା ହେଉଥିବାରୁ ଏହାକୁ ପ୍ରଶଂସା କରିଥିଲେ ପ୍ରଫେସର ଅଜୟ କୁମାର ସୁଦ୍ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସମୟ ସୀମାରେ ବିଭିନ୍ନ ସମାଧାନ ଓ ଉତ୍ପାଦ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ।

ବିମାନ ଚଳାଚଳ କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳର ବିକାଶ  

ସମୀର ଓ ଥ୍ରୀ ଡିସ୍ ର ମିଳିତ ଉଦ୍ୟମରେ ବିମାନ ଚଳାଚଳ ପରିଚାଳନା, ଯୋଗାଯୋଗ ଓ ନିରୀକ୍ଷଣରେ ଅନ୍ତର୍ଜାତୀୟ ମାନର ଟେକ୍ନୋଲଜି, ଉତ୍ପାଦ ଓ ସମାଧାନ ପ୍ରସ୍ତୁତ ହେବାକୁ ଯାଉଥିବାରୁ ଏହାକୁ ପ୍ରଶଂସା କରିଥିଲେ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି  ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କ୍ରିଷ୍ଣନ। ଭାରତକୁ ଏକ ଉତ୍ପାଦ ଦେଶରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଦିଗରେ ଏହା ଆଉ ଏକ ପଦକ୍ଷେପ। ସେ କହିଛନ୍ତି, ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)  ଆରମ୍ଭରୁ ହିଁ ଏହା ସହିତ ଜଡ଼ିତ ଅଛି। ବିମାନ ଚଳାଚଳ କ୍ଷେତ୍ରର ସହଭାଗିତାରେ ସମୀରର ଗବେଷଣା ଭାରତର ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଏସ୍ କ୍ରିଷ୍ଣନ।

 ବିମାନ ବନ୍ଦର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ

ବିମାନ ଚଳାଚଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ। ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ପାଇଁ ବିଶ୍ୱସ୍ତରରେ ଯେଉଁ ନୂତନ ଉଦ୍ଭାବନ ଓ ଟେକ୍ନୋଲଜିର ପ୍ରସାର ଦରକାର, ସେଥିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ଥ୍ରୀଡିସ୍ ର ପରିଚାଳନା ନିର୍ଦ୍ଦେଶକ ନନ୍ଦି ଭାଟିଆ।

ମିଳିତ ଭାବେ ବିଭିନ୍ନ ଟେକ୍ନୋଲଜିର ସ୍ୱଦେଶୀ ଡିଜାଇନ, ବିକାଶ ଓ ମ୍ୟାନୁଫ୍ୟାକଚରିଂ ର ଆବଶ୍ୟକତା ପୂରଣ କରିବା ଦିଗରେ ଏହି ସହଭାଗିତା ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି। ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣ ନିର୍ମାଣରେ ଫୋକସ୍ କରୁଥିବା ଜାତୀୟ ସ୍ତରର ପ୍ରକଳ୍ପର କାମ କରିବାକୁ ଏପରି ସହଭାଗିତା ଆମକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।

ବିମାନ ଚଳାଚଳ ଟେକ୍ନୋଲଜିରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସମୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା

ସମୀରର ମହାନିର୍ଦ୍ଦେଶକ ଡକ୍ଟର ପି. ହନୁମନ୍ତ ରାଓ କହଛନ୍ତି, ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ହେଉଛି ସମୀରର ଯାତ୍ରାରେ ସଫଳତାର ଏକ ମାଇଲ ଖୁଣ୍ଟ । ଥ୍ରୀ ଡିସ୍ ପରି ଏକ ସଂସ୍ଥାର ସହଭାଗିତାରେ ଏହି ଉତ୍କର୍ଷ କେନ୍ଦ୍ର ବିମାନ ଚଳାଚଳ ଓ ଯୋଗାଯୋଗ କ୍ଷେତ୍ରରେ ଗବେଷଣା କରିବ। ମିଳିତ ସହଭାଗିତାରେ ଗବେଷଣା କରି ସମୀର ଏମିତି ଉତ୍ପାଦ ବିକଶିତ, ପ୍ରଦର୍ଶିତ ଓ ପ୍ରସ୍ତୁତ କରିବ, ଯାହାକି ସଂପୂର୍ଣ୍ଣ ଭାବେ କାମ କରୁଥିବ।   ଉଭୟ ବେସାମରିକ ଓ ସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ ବୋଲି କହଛନ୍ତି ଡକ୍ଟର ପି. ହନୁମନ୍ତ ରାଓ।

ଏହା ସହିତ ଆରଏଫ୍ ଏବଂ ମାଇକ୍ରୋଓ୍ୱେଭ ଓ ଏ ସଂପର୍କିତ କ୍ଷେତ୍ରରେ ସ୍ୱଦେଶୀ ଗବେଷଣା କରାଯିବାର ଆବଶ୍ୟକତା ଅଛି। ବିଶେଷ କରି ଭାରତର ବିମାନ ବନ୍ଦରଗୁଡ଼ିକ ପାଇଁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ସ୍ୱଦେଶୀ ଟେକ୍ନୋଲଜି ପ୍ରସ୍ତୁତ କରବାର ଅଛି। ଦେଶରେ ପ୍ରସ୍ତୁତ କରାଯାଉଥିବା ଟେକ୍ନୋଲଜିକୁ କେମିତି ଅନ୍ତର୍ଜାତୀୟ ସ୍ତରେର ସ୍ୱୀକୃତି ମିଳିବ, ତାର ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

SAMEER ( ସମୀର)

ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ ଇଲେକଟ୍ରୋନିକ୍ସ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ ( ସମୀର) ହେଉଛି ଗବେଷଣା କରୁଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହା ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନରେ ଅଛି। ଯଦିଓର ଗବେଷଣା ହେଉଛି ସମୀରର ମୁଖ୍ୟ କାମ, ଦେଶର ବିଭିନ୍ନ ପ୍ରମୁଖ କ୍ଷେତ୍ର ପାଇଁ ଦରକାର ହେଉଥିବା ଅତ୍ୟାଧୁନିକ ଓ ଜଟିଳ ମିଶନ ଓ ଜଟିଳ କାର୍ଯ୍ୟକ୍ରମର ସମାଧାନ ବାହାର କରିବାରେ ମଧ୍ୟ ଏହା କାମ କରିଥାଏ। ସମୀର ଦ୍ୱାରା ପ୍ରସ୍ତୁତ ହୋଇଥିବା ଅନେକ ଟେକ୍ନୋଲଜି ସାମାଜିକ   ଅର୍ଥନୈତିକ ସ୍ତରରେ ପ୍ରଭାବ ପକାଇଥାନ୍ତି।

ଆତ୍ମନିର୍ଭର ଭାରତ ଥ୍ରୀ ଡିସ୍ ବୁଝାମଣାପତ୍ର ସ୍ୱାକ୍ଷରିତ ଭାରତ ସରକାର ସମୀର
Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Latest News

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.