Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସ୍ତରର ଛାତ୍ରଛାତ୍ରୀଙ୍କୁ ତିଆରି କରୁଛି ଡ୍ରିମ୍ସ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ବିଶ୍ୱ ସ୍ତରର ଛାତ୍ରଛାତ୍ରୀଙ୍କୁ ତିଆରି କରୁଛି ଡ୍ରିମ୍ସ: ଧର୍ମେନ୍ଦ୍ର ପ୍ରଧାନ

January 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ: ଡ୍ରିମ୍ସ କ୍ରମାଗତଃ ଭାବରେ ବିଶ୍ୱ ସ୍ତରର ଛାତ୍ରଛାତ୍ରୀଙ୍କୁ ତିଆରି କରିବାର ପରମ୍ପରା  ଆରମ୍ଭ କଲାଣି। ଗ୍ରାମାଞ୍ଚଳର ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ଯେଉଁ ଉଦ୍ୟମ ଜାରି ରଖିଛି, ତାହା ବେଶ୍ ପ୍ରଶଂସନୀୟ ବୋଲି ଶନିବାର କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଓଡ଼ିଶାର ସାରସ୍ୱତ ଭୂମି ତଥା ବୌଦ୍ଧିକ ବିଚାରର ଏନ୍ତୁଡ଼ିଶାଳର ପରିପାର୍ଶ୍ୱରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଅବସ୍ଥାପିତ । ଡ୍ରିମ୍ସର ଅନତି ଦୂରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଏବଂ ଗଣକବି ବୈଷ୍ଣବ ପାଣିଙ୍କ କର୍ମଭୂମି ଅଛି । ସାରଳା ଦାସଙ୍କ ଦ୍ୱାରା ଓଡ଼ିଆ ମହାଭାରତ ଏହି ପାଶ୍ୱବର୍ତ୍ତୀ ଅଞ୍ଚଳରେ ରଚନା କରାଯାଇଛି । ଏହି ଶିକ୍ଷାନୁଷ୍ଠାନର ଅନତି ଦୂରରେ ଥିବା ଯାଜପୁରର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଦିନେ ଜ୍ଞାନର ପୀଠ ଥିଲା।

ଡ୍ରିମ୍ସ କ୍ୟାମ୍ପସରେ ଏକ ବିଚାରଧାରା ଅଛି, ଯେଉଁ ବିଚାରଧାରା ମୂଳ ମନ୍ତ୍ର ହେଲା ଭାରତକୁ ଭଲ ପାଇବା । ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ରାଷ୍ଟ୍ର ପ୍ରତି ଥିବା ଆନୁଗତ୍ୟକୁ ଦର୍ଶାଉଛି । ଡ୍ରିମ୍ସରୁ ପାଠ ପଢି ଅନେକ ଛାତ୍ରଛାତ୍ରୀମାନେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରତିଷ୍ଠିତ ହୋଇଛନ୍ତି । ଏହି ଶିକ୍ଷା ରୂପକ ମନ୍ଦିରରୁ ପାଠ ପଢି ଛାତ୍ରଛାତ୍ରୀ ବ୍ରିଟିଶ ପେଟ୍ରୋଲିୟମ ଭଳି କମ୍ପାନୀରେ ଚାକିରି କରି ଆମକୁ ଗୌରବାନ୍ୱିତ କରିଛନ୍ତି । ବୌଦ୍ଧିକ ବିଚାର ଉତ୍ପନ୍ନ ମାଟିରେ ଅବସ୍ଥାପିତ ଡ୍ରିମ୍ସ ଶତାବ୍ଦୀ ଶତାବ୍ଦୀ ଧରି ମାନବ ସମସ୍ୟାର ସମାଧାନ ବାହାର କରିବା ସହ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ ।

ଓଡ଼ିଶାର ଅର୍ଥନୀତିର ମୂଳ ପେଣ୍ଠସ୍ଥଳୀ ଡିମ୍ସର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ମାତୃଭାଷାର ପ୍ରୋତ୍ସାହନ ସହ ଓଡ଼ିଶାର ଶତାବ୍ଦୀ ଶତାବ୍ଦୀ ପୂର୍ବର ଐତିହ୍ୟ କୀର୍ତ୍ତିରାଜି ଏବଂ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଗବେଷଣାରୁ ନବସୃଜନକୁ ଆଗକୁ ବଢିବା ଉପରେ  ଆଲୋକପାତ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Latest News

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.