Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
ଆଜିର ଖବର

ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

January 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ଏହାକୁ ବିକଶିତ ଭାରତ ନିର୍ମାଣ ଦିଗରେ ଭାରତର ଯାତ୍ରା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ବୋଲି କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ, ମାନ୍ୟବର ରାଷ୍ଟ୍ରପତି ସରକାରଙ୍କ ପ୍ରମୁଖ ପଦକ୍ଷେପଗୁଡିକୁ ଆଲୋକପାତ କରିଛନ୍ତି ଏବଂ ଭବିଷ୍ୟତର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏକ ଏପରି ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମର ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି ।

ପ୍ରଧାନମନ୍ତ୍ରୀ  ଏକ୍ସରେ ପୋଷ୍ଟ କରିଛନ୍ତି;

ଆଜି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଜୀଙ୍କର ଅଭିଭାଷଣ ଏକ ବିକଶିତ ଭରତ ନିର୍ମାଣ ଦିଗରେ ଆମ ଦେଶର ଦୃଷ୍ଟିକୋଣକୁ ଦର୍ଶାଇଥିଲା। ସେ ବିଭିନ୍ନ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତର ବିକାଶ ସହିତ ସବୁ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ।

‘‘ତାଙ୍କ ଅଭିଭାଷଣରେ ଏପରି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି। ଏକତା ଏବଂ ନିଷ୍ଠାର ଆବେଗ ​​ସହିତ ଆମେ ସ୍ଥିର କରିଥିବା ଲକ୍ଷ୍ୟ ହାସଲ ପାଇଁ ପ୍ରେରଣାଦାୟକ ରୋଡମ୍ୟାପ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।”

“ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମ ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି। ଏହି ଅଭିଭାଷଣ ଅର୍ଥନୈତିକ ସଂସ୍କାର, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଅକ୍ଷୟ ଶକ୍ତି, ଗ୍ରାମୀଣ ଅଭିବୃଦ୍ଧି, ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲା।’’

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରପତିଙ୍କ ସମ୍ବୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.