Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିରଳ ଅସ୍ତ୍ରୋପଚାର ପ୍ରକ୍ରିୟା ସବୁ ସ୍ଥାନରେ ସମ୍ଭବ: ବିଶିଷ୍ଟ ରୋବୋଟିକ୍ ଅଙ୍କୋ ସର୍ଜନ୍‌
ଆଜିର ଖବର

ବିରଳ ଅସ୍ତ୍ରୋପଚାର ପ୍ରକ୍ରିୟା ସବୁ ସ୍ଥାନରେ ସମ୍ଭବ: ବିଶିଷ୍ଟ ରୋବୋଟିକ୍ ଅଙ୍କୋ ସର୍ଜନ୍‌

March 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍ଭାବନ ଦ୍ୱାରା ବର୍ତ୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି। ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍‌ଟାମ୍‌ବେକର।

କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍‌’ ଡାକ୍ତର ପୁନ୍‌ଟାମ୍‌ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା। ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଦ୍ୱାରା ଆୟୋଜିତ ‘ଆଡ୍‌ଭାନ୍ସଡ ମିନିମାଲ୍ ଇନ୍‌ଭାସିଭ୍ ସର୍ଜରୀ’ କର୍ମଶାଳାରେ ଯୋଗ ଦେଇ ଏହି ବିଶିଷ୍ଟ ସର୍ଜନ କହିଥିଲେ ଯେ ନୂତନ ପ୍ରୟୋଗର ଉଦ୍ଭାବନ ହେତୁ ଏହି ପ୍ରକ୍ରିୟା ଏବେ ଯେ କୌଣସି ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇପାରିବ।

ଏହି କର୍ମଶାଳାରେ ଡାକ୍ତର ପୁନ୍‌ଟାମ୍‌ବେକର ଦୁଇ ଜଣ ରୋଗୀଙ୍କ ଶରୀରରେ ଲାଇଭ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି କରି ଉପସ୍ଥିତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକ୍ରିୟା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଥିଲେ। ୨୦୦୩ ମସିହାରେ ସେ ପ୍ରଥମ କରି ଏହି ଅସ୍ତ୍ରୋପଚାର କରିଥିଲେ ବୋଲି କହିଥିଲେ।

ନିଜର ପ୍ରଥମ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ବଖାଣି ଡାକ୍ତର ପୁନ୍‌ଟାମ୍‌ବେକର କହିଥିଲେ ଯେ ତାଙ୍କର ବିଶେଷ ପରିଚୟ ନ ଥାଇ ମଧ୍ୟ ସେ ଚିକିତ୍ସା କରୁଥିବା ରୋଗୀଙ୍କର ତାଙ୍କ ଉପରେ ଅତୁଟ ବିଶ୍ୱାସ ଥିବାରୁ ସେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରିପାରିଥିଲେ। ୨୦୦୮ ମସିହାରେ ଏହି ନୂତନ ପ୍ରକ୍ରିୟାକୁ ନେଇ ସେ ଗୋଟିଏ ସନ୍ଦର୍ଭ ଲେଖିଥିଲେ। ଏହା ପରେ ତାଙ୍କୁ ଏହି ପ୍ରକ୍ରିୟାଟି ନିଜ ନାମରେ ନାମିତ କରିବାକୁ କୁହାଯାଇଥିଲା। ତେବେ ଏଭଳି କଲେ ଯେଉଁମାନେ ତାଙ୍କୁ ଏହି ପ୍ରୟୋଗରେ ସାହାଯ୍ୟ କରିଥିଲେ ତାଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଚିନ୍ତାକରି ସେ ଏହି ପ୍ରକ୍ରିୟାର ନାମ ‘ପୁନେ ଟେକ୍ନିକ୍‌’ ଦେବା ନିମନ୍ତେ ନିଷ୍ପତି ନେଇଥିଲେ।

ପୁନେ ସ୍ଥିତ ଗ୍ୟାଲେକ୍ସି କେୟାର ହସ୍ପିଟାଲ୍‌ର ପ୍ରତିଷ୍ଠାତା ଡକ୍ଟର ପୁନ୍‌ଟାମ୍‌ବେକର କହିଛନ୍ତି ଭାରତରେ ସମସ୍ତ ପ୍ରକାର କର୍କଟ ରୋଗର ୨୦ ପ୍ରତିଶତ ହେଉଛି ଜରାୟୁ କର୍କଟ। ତେଣୁ ଏହି ନୂତନ ପ୍ରକ୍ରିୟା ରୋଗୀଙ୍କ କ୍ଷେତ୍ରରେ ବେଶ ଉପକାରୀ ହୋଇପାରୁଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଏବଂ ଫୁଲନଖରା ସ୍ଥିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ଉପସ୍ଥିତ ଥିଲେ।

ବିରଳ ଅସ୍ତ୍ରୋପଚାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026
Latest News

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.