Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସାମ ର ଚା ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ
ଆଜିର ଖବର

ଆସାମ ର ଚା ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ

March 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ମୀପ୍ରିୟା ଓଝା

ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ । ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ । ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ ।

ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ । ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା । ଦେଶ ସ୍ୱାଧୀନ ହେଲା । ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ ।ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।

ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ । ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି । ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ ।ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା । ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।

ଏ ଭିତରେ ତିନି ପିଢ଼ି ବିତି ଗଲାଣି । ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।

( ଲକ୍ଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ)

assamtea labour thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Latest News

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.