Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୂରସଂଚାର ଇଞ୍ଜିନିୟରିଂ କେନ୍ଦ୍ର ଉପରେ ଲୋକସଭାରେ ପ୍ରଶ୍ନ: ଉତ୍ତର ରଖିଲେ ସଂଚାର ଏବଂ ଗ୍ରାମ ବିକାଶ ରାଜ୍ୟ ମନ୍ତ୍ରୀ
ଆଜିର ଖବର

ଦୂରସଂଚାର ଇଞ୍ଜିନିୟରିଂ କେନ୍ଦ୍ର ଉପରେ ଲୋକସଭାରେ ପ୍ରଶ୍ନ: ଉତ୍ତର ରଖିଲେ ସଂଚାର ଏବଂ ଗ୍ରାମ ବିକାଶ ରାଜ୍ୟ ମନ୍ତ୍ରୀ

March 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲୋକସଭା ଆସନ
ଲୋକସଭାରେ ପାରିତ ହେଲା ବନ୍ଦେ ମାତରମ୍ ବିଲ୍

ନୂଆଦିଲ୍ଲୀ: ଦୂରସଂଚାର (ମାନକ, ଅନୁରୂପତା ମୂଲ୍ୟାଙ୍କନ ଏବଂ ପ୍ରମାଣନ) ନିୟମ, ୨୦୨୫ ର ଭାରତୀୟ ଟେଲିଗ୍ରାଫ (ସଂଶୋଧନ) ନିୟମ, ୨୦୧୭ ସ୍ଥାନରେ ପ୍ରସ୍ତାବିତ କରାଯାଇଛି। ଜିଏସଆର ୧୧୩୧(ଇ) ଭାଗ XI ଅନୁସାରେ “ଭାରତୀୟ ଟେଲିଗ୍ରାଫ (ସଂଶୋଧନ) ନିୟମ, ୨୦୧୭” ଦୂରସଂଚାର ଉପକରଣର ଅନିବାର୍ଯ୍ୟ ପରୀକ୍ଷଣ ଏବଂ  ପ୍ରମାଣନ (ଏମ୍‌ଟିସିଟିଇ) ର ନିର୍ଦ୍ଦେଶ ଦିଏ ଏବଂ ଏହା ୦୧.୧୦.୨୦୧୮ରୁ ଲାଗୁ କରାଯାଇଛି।

ଏହା ନିଶ୍ଚିତ କରେ ଯେ, ଦୂରସଂଚାର ନେଟ୍‌ଓ୍ୱର୍କ ସହିତ ଜଡିତ/ବ୍ୟବହୃତ ଦୂରସଂଚାର ଉପକରଣ ଇଏମଆଇ/ଇଏମସି, ସୁରକ୍ଷା, ସୁରକ୍ଷା ଆବଶ୍ୟକତା, ଅନ୍ତର-ସଂଚାଳନ ଏବଂ ଅନ୍ୟାନ୍ୟ ବୈଷୟିକ ଆବଶ୍ୟକତା ସହିତ ସମସ୍ତ ନିର୍ଦ୍ଧାରିତ ମାନକ ଅନୁରୂପ ହେଉ। ମୁଖ୍ୟ ଉଦ୍ଦେଶ୍ୟ ନିମ୍ନରେ ଦିଆଯାଇଛି:

୧- କୌଣସି ଦୂରସଂଚାର ଉପକରଣ ସେହି ମହଜୁଦ୍‌ ନେଟ୍ଓ୍ୱର୍କର ପ୍ରଦର୍ଶନକୁ ଖରାପ କରେନାହିଁ ଯେଉଁଥିରେ ସେ ଜଡିତ

୨- ଅନ୍ତିମ ବ୍ୟବହାରକାରୀ (ଏଣ୍ଡ-ୟୁଜର୍ସ)ଙ୍କ ସୁରକ୍ଷା;

୩- ଦୂରସଂଚାର ନେଟ୍ଓ୍ୱର୍କର ସୁରକ୍ଷା;

୪- ଉପକରଣରୁ ରେଡିଓ ତରଙ୍ଗ ବିକିରଣ ନିର୍ଦ୍ଦିଷ୍ଟ ମାନରୁ ଅଧିକ ନହେବା ସୁନିଶ୍ଚିତ କରି ବ୍ୟବହାରକାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା କରିବା;

୫- ଦୂରସଂଚାର ଉପକରଣ ସମ୍ବନ୍ଧିତ ଜାତୀୟ ଓ ଅନ୍ତର୍ଜାତୀୟ ନିୟାମକ ମାନକ ଓ ଆବଶ୍ୟକତାର ମାନ୍ୟତା ପାଇଁ ଅନୁକୂଳ

ଏମଟିସିଟିଇ ଅନୁସାରେ, ଛଅ ସ୍ତରରେ ମୋଟ ୨୧୧ ଦୂରସଂଚାର ଉପକରଣ ପୂର୍ବରୁ ସୂଚୀତ କରାଯାଇଛି। ଏହିପରି, ଡ୍ରାଫ୍ଟ ନିୟମ ଉପରୋକ୍ତ ଉଦ୍ଦେଶ୍ୟଗୁଡିକୁ ସୁନିଶ୍ଚିତ କରିବାକୁ ଜାରି ରଖିବ ଏବଂ ସମଗ୍ର ଭାରତରେ ଦୂରସଂଚାର ନେଟଓ୍ୱର୍କକୁ ଶକ୍ତିଶାଳୀ କରିବ।

ଟିଇସି ଏହି ନିୟମ ଆଧାରରେ ଅଧିସୂଚୀତ ବିଭିନ୍ନ ଦୂରସଂଚାର ଉପକରଣ ପାଇଁ ଅନିବାର୍ଯ୍ୟ ଆବଶ୍ୟକତା (ଇଆର)ର ବିକାଶ ଏବଂ ଉତ୍ପାଦ ଅନିବାର୍ଯ୍ୟ ଆବଶ୍ୟକତାର ଅନୁପାଳନ କରିବାରୁ ଅନୁକୂଳତା ପ୍ରମାଣପତ୍ର ଜାରି କରିବାକୁ ଦାୟୀ ରହିବ। ଏହାଛଡା, ଅନିବାର୍ଯ୍ୟ ଆବଶ୍ୟକତା (ଇଆର) ବିପକ୍ଷରେ ପରୀକ୍ଷଣ କରିବା ପାଇଁ ଟିଇସି ଦ୍ୱାରା ପରୀକ୍ଷାଗୃହଗୁଡ଼ିକୁ ନାମିତ କରାଯାଉଛି।

ଜାତୀୟ ସଂଚାର ସୁରକ୍ଷା କେନ୍ଦ୍ର (ଏନସିସିଏସ) ଦୂରସଂଚାର ଉପକରଣ ପାଇଁ ସୁରକ୍ଷା ଆବଶ୍ୟକତା ବିକାଶ ଏବଂ ନିର୍ଦ୍ଧାରିତ ସୁରକ୍ଷା ଆବଶ୍ୟକତା ସମ୍ବନ୍ଧରେ ଦୂରସଂଚାର ଉପକରଣର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଦାୟୀ।

ବର୍ତ୍ତମାନ, ପ୍ରମାଣୀକରଣ ପ୍ରକ୍ରିୟା ପୂର୍ବରୁ ହିଁ ଆଣ୍ଡ-ଟୁ-ଆଣ୍ଡ ଅନଲାଇନ୍ ଅଛି। ଯେହେତୁ, ପ୍ରସ୍ତାବିତ ପୋର୍ଟାଲ୍ ଏହି ନିୟମଗୁଡିକର ଡିଜିଟାଲ୍ କାର୍ଯ୍ୟାନ୍ୱୟନକୁ ଅଧିକ ସୁବିଧାଜନକ କରିବ, ଯେଉଁଥିରେ ଅନୁକୂଳତା, ଶୁଳ୍କ ଓ ଚାର୍ଜ, ପ୍ରତି-କୂଳତାର ସୂଚନା ଏବଂ ଉପଯୁକ୍ତ ଅଧିକାରୀ ଦ୍ୱାରା ଏହି ନିୟମ ଅନୁସାରେ କୌଣସି ଆଦେଶ ବା ନିର୍ଦ୍ଦେଶ ପାଇଁ ମାନଦଣ୍ଡ ଓ ଅନୁକୂଳତା ମୂଲ୍ୟାଙ୍କନ ପ୍ରକ୍ରିୟାକୁ ନିର୍ଦ୍ଧାରଣ କରିବା ସାମିଲ ଅଛି। ଏହି ପୋର୍ଟାଲ୍ ହିତଧାରକଙ୍କ ପାଇଁ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରିବ ଏବଂ ଏହିପରି ଦେଶରେ ବ୍ୟବସାୟ କରିବାର ସହଜତା ବୃଦ୍ଧି କରିବ।

ପ୍ରସ୍ତାବିତ ନିୟମଗୁଡିକରେ ଏହାର ପ୍ରାବଧାନ କରାଯାଇଛି, ଯାହା ଅନୁସନ୍ଧାନ, ପ୍ରଦର୍ଶନ କିମ୍ବା ପରୀକ୍ଷଣ ପାଇଁ ପ୍ରାସଙ୍ଗିକ ନିୟମ ଓ ପ୍ରକ୍ରିୟାର ଅନୁପାଳନ ଅଧୀନରେ ଭାରତରେ ଅନୁସନ୍ଧାନ ଏବଂ ବିକାଶ କିମ୍ବା ପ୍ରଦର୍ଶନ କିମ୍ବା ନମୁନାର ଯାଞ୍ଚ କରିବା ଉଦ୍ଦେଶ୍ୟରେ ଭାରତରେ ଉପଲବ୍ଧ ଦୂରସଂଚାର ଉପକରଣକୁ ରିହାତି ଦେଇଥାଏ। ଏହି ରିହାତି ନବୀନତାକୁ ବୃଦ୍ଧି କରିବା ପାଇଁ ବିଶେଷତଃ ମହାରାଷ୍ଟ୍ର ସହିତ ଦେଶର କୌଣସି ଅଂଶରେ ଅବସ୍ଥିତ ଷ୍ଟାର୍ଟ-ଅପ୍, ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର, ଶିକ୍ଷାବିଦ୍ ଏବଂ ଶିଳ୍ପ ପାଇଁ ସହାୟକ ହେବ। ଡ୍ରାଫ୍ଟ ନିୟମରେ ଭାରତରେ ବ୍ୟକ୍ତିଗତ ବ୍ୟବହାର ପାଇଁ କୌଣସି ବ୍ୟକ୍ତି ଦ୍ୱାରା ଭାରତ ଆଣାଯାଇଥିବା ଦୂରସଂଚାର ଉପକରଣ ପାଇଁ ମଧ୍ୟ ରିହାତି ପ୍ରଦାନ କରାଯାଇଛି ଏବଂ ଏହା ବର୍ତ୍ତମାନା ପାଇଁ ଏହି ଆଇନ୍‌ କିମ୍ବା ଅନ୍ୟ କୌଣସି ଆଇନ୍‌ ଅଧୀନରେ ଆମଦାନୀ କିମ୍ବା ବ୍ୟବହାର କରିବା ନିଷେଧ ନୁହେଁ।

ଏହି ସୂଚନା ଲୋକସଭାରେ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରରେ ସଂଚାର ଏବଂ ଗ୍ରାମ ବିକାଶ ରାଜ୍ୟ ମନ୍ତ୍ରୀ ଡ଼. ପେମ୍ମାସାନୀ ଚନ୍ଦ୍ରଶେଖର ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026
Latest News

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.