ଚଳନ୍ତା ରେଳ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସରକାରୀ କର୍ମଚାରୀ

Published: Apr 6, 2025, 11:23 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ପରିସର ଦୁଇ ନଂ ପ୍ଲାଟଫର୍ମରେ ରୋସନ୍ ପଟ୍ଟନାୟକ ନାମକ ଜଣେ ଯୁବକ ଚଳନ୍ତା ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ପରିଚାଳନା ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ସମସ୍ୟାରେ ଗତି କରି ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି।

ରେଳବାଇ ଥାନା ପୋଲିସ୍ ରୋସନଙ୍କ ପକେଟ୍ ରୁ ଏକ ଆଧାର କାର୍ଡ୍ ପାଇ ତାଙ୍କର ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts