Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି
ଆଜିର ଖବର

ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ (4,185 ମିଟର ଦୈର୍ଘ୍ୟ ବିଶିଷ୍ଟ), ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ T-4 ର ଆଜି ସଫଳ ଭାବେ “ଡେଲାଇଟିଂ” (Breakthrough) ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି।

ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଢେଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ସମାପ୍ତ ହୋଇଛି। ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି । ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା।

ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦାର୍ଘ୍ୟ 301 କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ 75 କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ। ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ। ଏହି ପ୍ରକଳ୍ପରେ ଗୋଟିଏପଟେ ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗୀର ରୁ ପୁରୁଣାକଟକ ପର୍ଯ୍ୟନ୍ତ
226 କି.ମି. ଅଂଶ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ଅବଶିଷ୍ଟ 75 କି.ମି. ଅଂଶ ଯାହା ମଧ୍ୟରେ 7ଟି ଟନେଲ୍ ରହିଛି, ବର୍ତ୍ତମାନ ନିର୍ମାଣଧୀନଅଛି।

T-4 ର “ଡେଲାଇଟିଂ” ବ୍ରେକଥ୍ରୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଗତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ। ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।

ବୌଦ୍ଧ ଜିଲ୍ଲା ରେଳ ଲାଇନ୍ ପ୍ରକଳ୍ପ ସୁଦୀର୍ଘ ରେଳ ସୁଡ଼ଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଆୟୁଷ୍ମାନ କାର୍ଡଧାରୀ ସାବଧାନ! ଏହି ଚିକିତ୍ସା ପାଇଁ ମିଳିବନି ଟଙ୍କା

November 21, 2026

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026

ପଶ୍ଚିମବଙ୍ଗରୁ ବିହାର, ପରେ ୟୁପି: ମୋଦୀଙ୍କ ଶନିବାର କାର୍ଯ୍ୟସୂଚୀ ଜାଣନ୍ତୁ

November 21, 2026

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026
Latest News

ଆୟୁଷ୍ମାନ କାର୍ଡଧାରୀ ସାବଧାନ! ଏହି ଚିକିତ୍ସା ପାଇଁ ମିଳିବନି ଟଙ୍କା

November 21, 2026

‘ଦୀପାଥୁନ୍‌’ରେ ଥରୁଟିଏ ‘କାର୍ତ୍ତିଗାଇ ଦୀପମ୍‌’ ପ୍ରଜ୍ବଳନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

November 21, 2026

ମଣିପୁରରେ ବିଷାକ୍ତ ମଦ ପିଇ ୧୫ ମୃତ, ୧୫୦ରୁ ଅଧିକ ଅସୁସ୍ଥ

November 21, 2026

ବୋତ୍ସୱାନା ଚିତା ଦେଲା ୪ ଶାବକ; ଭାରତରେ ଚିତା ସଂଖ୍ୟା ୬୨କୁ ବୃଦ୍ଧି

November 21, 2026

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.