Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଡାଇରିଆ, ଡେଙ୍ଗୁ ଏବଂ ମ୍ୟାଲେରିଆ ପ୍ରତିରୋଧ କମିଟି ବୈଠକ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଡାଇରିଆ, ଡେଙ୍ଗୁ ଏବଂ ମ୍ୟାଲେରିଆ ପ୍ରତିରୋଧ କମିଟି ବୈଠକ

July 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତିରୋଧ ଓ ନିରାକରଣ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ୨୭ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇ ଏହି ଭେକ୍ଟର ବାହିତ ଓ ଜଳ ବାହିତ ରୋଗକୁ ନିୟନ୍ତ୍ରଣ କରିବା ତଥା ପ୍ରତିରୋଧ ଓ ନିରାକରଣ ସମ୍ଵନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

ଡେଙ୍ଗୁ ରୋଗ ଏ ଡି ସି ମଶା କାମୁଡିବା ଦ୍ବାରା ବ୍ୟାପୁଥିବା ବେଳେ ଡାଇରିଆ ପ୍ରାୟ ଦୂଷିତ ଜଳ ପିଇବା ଦ୍ଵାରା ଏବଂ ମ୍ୟାଲେରିଆ ମାଇ ଏନୋଫିଲିଶ ମଶା କାମୁଡିବା ଦ୍ବାରା ବ୍ୟାପିଥାଏ। ଏହି ଏ ଡି ସି ପ୍ରାୟତଃ ଦିନରେ କାମୁଡେ, ସଂକ୍ରମିତ ବ୍ୟକ୍ତିରୁ ସୁସ୍ଥ ବ୍ୟକ୍ତିକୁ କାମୁଡି ରୋଗ ସଂକ୍ରମଣ କରିଥାଏ। ଏହି ମଶା ଯେପରିକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ଘର ପରିବେଶ ମଧ୍ୟରେ ଯଥା ପ୍ଲାଷ୍ଟିକ ଡବା ବା ଜେ କୌନସିପାତ୍ର, କାଗଜ ଚାହା କପ୍, ନଡ଼ିଆ ବା ପଇଡ଼ ଠୋଲି, ଟାୟାର ଆଦି ସ୍ଥାନରେ ପରିଷ୍କାର ପାଣି ଯମିବାର ୭ ରୁ ୧୦ ଦିନ ମଧ୍ୟରେ ଏ ଡି ସି ଲାର୍ଭା ରୁ ପୂର୍ଣ୍ଣାଙ୍ଗ ମଶା ପରିଣତ ହେଲା ପରେ ରୋଗୀକୁ କାମୁଡ଼ିବାକୁ ସକ୍ଷମ ହୋଇଥାଏ।

ସେହିପରି ଘର ଚତୁର୍ପାର୍ଷ୍ୱରେ ଖଳଖମା ରେ ଜଳ ରେ ଆନୋଫିଲିସ ମଶା ବଢେ ଓ ବଣ ବୁଦା ରେ ଆଶ୍ରୟ ନିଏ ଓ ସଂକ୍ରମିତ ଏନୋଫିଲିସ ମଶା କାମୁଡିବା ଦ୍ବାରା ମ୍ୟାଲେରିଆ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ନ କରିବା ଦ୍ଵାରା , ଅପରିଷ୍କାର ପରିବେଶ, ଅପରିଷ୍କାର ପାଣି ତଥା ପାଦରେ ଚପଲ ବ୍ୟବହାର ନ କରିବା ଇତ୍ୟାଦି କାରଣରୁ ଡାଇରିଆ ବ୍ୟାପିଥାଏ। ବର୍ତ୍ତମାନ ବର୍ଷାରୁତୁ ହୋଇଥିବାରୁ ଏହି ସବୁ ଭେକ୍ଟର ବାହିତ ରୋଗ ର ପ୍ରବଣତା ଅଧିକ ରହିଥାଏ। ଏଣୁ କାର୍ଯ୍ୟ ନ୍ଵୟନ ବିଭାଗ ଯେପରି ମୁଖ୍ୟ, ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଏହି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରୋଗୀମାନଙ୍କର ରକ୍ତ ନମୁନା ପରୀକ୍ଷା, ଚିକିତ୍ସା ସେବା ଆଦି ସମସ୍ତ ବିଷୟ ବସ୍ତୁ ଉପରେ ପାୱାର ପଏଣ୍ଟ ଉପସ୍ଥାପନାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ଅସିତ୍ କୁମାର ଦାଶ ସମସ୍ତ ତଥ୍ୟ ପ୍ରକାଶ କରିଥିଲେ।

ଜିଲ୍ଲାରେ ତା ୧୪.୦୭.୨୦୨୫ ରିଖ ସୁଦ୍ଧା ୧୩୭୧୮ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ତନ୍ମଧ୍ୟରୁ ଖୋର୍ଦ୍ଧା ଗ୍ରାମାଞ୍ଚଳ ଓ ଭୁବନେଶ୍ୱର ମହାନଗର ନିଗମ କୁ ନେଇ ୧୭୦ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇ ଥିବା ବେଳେ ସତର୍କତା ପଦକ୍ଷେପ ମୂଳକ ୪୫ ଜଣଙ୍କୁ ଆଡମିଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଇ ୪୨ରୋଗୀଙ୍କୁ ଛଡା ଯାଇଛି ଯାହାର ଟେମ୍ପରେଚର ପଲ୍ସ ଆଣ୍ଡ ରେସପିରେସନ ୧.୨୪ ରହିଛି। ସେହିପରି ଜାନୁୟାରୀରୁ ମଇ ୨୦୨୫ ମଧ୍ୟରେ ଜ୍ଵର ରୋଗୀ ୧୨୨୭୯୮ ଥିବାବେଳେ ମ୍ୟାଲେରିଆ ପଜିଟିଭ ରୋଗୀ ୪୯ ଏବଂ ସମୁଦାୟ ପଲ୍ମୋ ନାରୀ ଟିବ୍ରୋଷିସ (ପି ଏଫ୍) କେଶ ୯୨ଥିଲା ଯାହା ଚିକିତ୍ସା କରାଯାଇ ଅଛି। ମ୍ୟାଲେରିଆ ଟି ପି ଆର କେଶ ଜିଲ୍ଲାରେ ୦.୦୭ରହିଛି। ଏ ସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ ସ୍ୱାସ୍ଥ୍ୟ ବିଭାଗ ସହ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ବିଭାଗ ତ୍ୱରାନ୍ୱିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଜିଲ୍ଲାକୁ ତୃଣମୂଳ ସ୍ତରରୁ ସୁସ୍ଥ ରଖିବାକୁ ପରାମର୍ଶ ଦେଇଥିଲେ।

ସେହିପରି ଉପସଭାପତି, ଜିଲ୍ଲା ପରିଷଦ, ଗୋପୀନାଥ ମହାରଣା କହିଲେ ଯେ ସ୍ୱାସ୍ଥ୍ୟ ଅମୂଲ୍ୟ ସମ୍ପଦ, ଉତ୍ତମ ସ୍ୱାସ୍ଥ୍ୟବୀନା ସମାଜ ଉନ୍ନତି ହୋଇ ପାରେନା। ଏଣୁ ଆଶା ମାନଙ୍କୁ ନେଇ ବ୍ୟାପକ ସଚେତନତା କରାଇବା ସହ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଗାଁ କଲ୍ୟାଣ ସମିତି ଜନ ପ୍ରତିନିଧି ମାନଙ୍କୁ ଏବଂ ସମସ୍ତ କାର୍ଯ୍ୟ ନ୍ଵୟନ ଯଥା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ,ସହରାଞ୍ଚଳରେ ପୌରପରିଶଦ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମସ୍ତଙ୍କୁ ନେଇ ଜାଗ୍ରତ ପ୍ରହରୀ ରୂପେ ଦାୟିତ୍ବ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ତ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ମିଶିକି କାର୍ଯ୍ୟ କଲେ ଏବଂ ସୁଦୂର ପ୍ରସାରି ଜନସଚେତନତା ଅହରହ ଜାରି ରଖିଲେ ଭେକ୍ଟର ବାହିତ ରୋଗ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆକୁ ଶତ ପ୍ରତିଶତ ପ୍ରତିହତ କରାଯାଇ ନିଶ୍ଚିତ ଭାବେ ଜିଲ୍ଲାକୁ ଭେକ୍ଟର ବାହିତ ରୋଗ ଶୂନ୍ୟ କରାଯାଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ।

ବୈଠକରେ ଡି ପି ଏମ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଶ୍ରୀ ଶୁଭକାନ୍ତ ଗନ୍ତାୟତ,ଡି ପି ଏଚ ଓ , ଡାକ୍ତର ରଞ୍ଜନ କୁମାର ମିତ୍ର,ଏ ଡି ପି ଏଚ ଓ, ଡାକ୍ତର ଜୀବନ୍ତ ଆଚାର୍ଜି,ଏ ଡି ପି ଏଚ ଓ, ଡାକ୍ତର ନନ୍ଦିତା ଗୁପ୍ତା,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ଵାନ କାକ୍ୱାବ୍, ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ , ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ଯୋଗଦେଇଥିଲେ।

ଖୋର୍ଦ୍ଧା ଡାଇରିଆ ଡେଙ୍ଗୁ ମ୍ୟାଲେରିଆ
Share. Facebook Twitter LinkedIn Email WhatsApp Copy Link

Related Posts

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026
Latest News

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

August 13, 2026

ମହଙ୍ଗା ପଡ଼ିଲା ନେତାଜୀଙ୍କ ଉପରେ ମନ୍ତବ୍ୟ: ବିଜେପି ସାଂସଦଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

August 13, 2026

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.