Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷଷ୍ଠି ଦେବୀ ଭାବରେ ପୂଜାପାଇଲେ ମା’ ଭଗବତୀ, ସଂକଳ୍ପ କଲେ ନିଯୋଗୀ ସେବାୟତ
ଆଜିର ଖବର

ଷଷ୍ଠି ଦେବୀ ଭାବରେ ପୂଜାପାଇଲେ ମା’ ଭଗବତୀ, ସଂକଳ୍ପ କଲେ ନିଯୋଗୀ ସେବାୟତ

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା' ଭଗବତୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରଖ୍ୟାତ ଶକ୍ତିପୀଠ ମା’ଭଗବତୀ ମନ୍ଦିରରେ ଷଷ୍ଠି ଓଷା ମହାସମାରୋହରେ ପାଳିତ ହୋଇଯାଇଛି। ଏଠାରେ ଓଷା ଦିନ ମା’ ଭଗବତୀଙ୍କୁ ଷଷ୍ଠି ଦେବୀ ବେଶରେ ପୂଜା କରାଯାଇଥାଏ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା ସହିତ ମହାସ୍ନାନ କରାଯାଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇ ସର୍ବସାଧାରଣ ଦର୍ଶନ ଚାଲିଥିଲା। ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରଠାରେ ବିଜେ କାହାଳୀ ବାଜିଲା ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ଘଣ୍ଟା ଘଣ୍ଟ କାହାଳି ବାଦ୍ୟ ବାଜଣାରେ ଛତ୍ର ତରାଶ ଆଲଟ ଚାମର ସହିତ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସାଥିରେ ନିଜ ମନ୍ଦିରକୁ ବିଜେ କରିଥିଲେ।

ବାଣପୁର ବଡ଼ ଦାଣ୍ଡରେ ଯାତ୍ରା କାଳରେ ଗୃହିଣୀ ମାନେ ଶଙ୍ଖ ହୁଳହୁଳି ପକାଇ ମା’ଙ୍କୁ ବନ୍ଦାପନା କରି ନିଜ ଘରମାନଙ୍କରେ ପ୍ରସ୍ତୁତ କ୍ଷୀରିଖେଚଡ଼ି , ପିଠାପଣା ସହିତ ଛ ତିଅଣ ନଭଜା କରି ଷଷ୍ଠି ଦେବୀ ଭାବରେ ମା’ଙ୍କୁ ପୂଜା କରିଥିଲେ। ଏହି ଅଞ୍ଚଳରେ ପରମ୍ପରାକ୍ରମେ ମା’କାଠି ଠାକୁରାଣୀ ଭଗବତୀ ମନ୍ଦିରକୁ ଯାତ୍ରା କଲାପରେ ଯାଇ ନିଜ ଘରମାନଙ୍କରେ ଓଷାପୂଜାକରାଯାଇଥାଏ ଏବଂ ସମସ୍ତେ ଏକାଠି ପ୍ରସାଦ ସେବନ କରନ୍ତି।

ମା’ ଠାକୁରାଣୀ ମନ୍ଦିରରେ ବିଜେ କଲା ପରେ ପୂଜକ ସାଆନ୍ତ ପରିଛା ପ୍ରସନ୍ନ ମହାପାତ୍ର ପାଳି ଆମାଳି ସଞ୍ଜୟ ମହାପାତ୍ରଙ୍କ ସହଯୋଗରେ ପିଣ୍ଡି ତଳେ ମୁରୁଜ ପକାଇ ନବ କଳସ କୁମ୍ବ ସ୍ଥାପନ କରି ସାତ ଦୀପ ରୁଖାପ୍ରଜ୍ଜଳନ ପୂର୍ବକ ବରୁଣ ପୂଜା କରି ମା’ଙ୍କୁ କର୍ପୁର ଆଳତୀ, ଥାଳି ଆଳତୀ ସହ ନିଶଙ୍କୁଡି ଧୂପ ଷୋଡ଼ଷ ଉପଚାରରେ ପୂଜାକରି କାଠି ଆଳତି ବଢାଇଥିଲେ। ପରେ ନିଯୋଗୀ ସେବାୟତ ଓ ଶ୍ରଦ୍ଧାଳୁମାନେ ଷଠି ସୂତା ଧାରଣ କରି ମା’ଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ। ମା’ଙ୍କୁ ଆଜି ଏକାଠି ବଲ୍ଲଭ ଖଇ ସହିତ ଖେଚଡ଼ି ,କ୍ଷୀରି,ଡାଲି, ମାଛମହୁର, ମାଛ ଗୁଣ୍ଡି ଭଜା, ଶାଗମୁଗ, ଆମ୍ବିଳ,ଏଣ୍ଡୁରୀ ଇତ୍ୟାଦି ନୈବେଦ୍ୟ ଧୂପ କରାଯାଇଥିଲା।

ପରେ ମନ୍ଦିରର ସମସ୍ଥ ପାର୍ଶ୍ୱଦେବାଦେବୀଙ୍କୁ ଗୁଳା ଭୋଗ ପ୍ରଦାନ କରାଯିବା ପରେ ସମସ୍ତ ନିଯୋଗୀସେବାୟତ ଏକାଠି ପ୍ରସାଦ ସେବନ କରିଥିଲେ। ମା’ଙ୍କୁ ଷଷ୍ଠି ଦେବୀ ଭାବରେ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖୁବ୍ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ତରଫରୁ ଆଜିର ଏହି ଓଷା ବ୍ରତ ନିମନ୍ତେ ସମସ୍ତ ପ୍ରକାର ସୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ନିଯୋଗୀ ସେବାୟତ ବାଣପୁର ମା'ଭଗବତୀ ମନ୍ଦିର ଷଷ୍ଠିଓଷା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026
Latest News

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.