Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି
ଆଜିର ଖବର

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’
‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ‘ଗୁରୁ ଦିବସ’ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସମେତ ଭାରତବର୍ଷର ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ୪୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ୨୧ ଜଣ ଗୁରୁ ଏବଂ ଅନ୍ୟ ବିଭାଗର ଶିକ୍ଷକମାନେ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପ୍ରତିଭାବାନ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ଆଶୀର୍ବାଦ ଓ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଗୁରୁ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ଶିକ୍ଷାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି, ପିଲମାନଙ୍କର ଜୀବନକୁ ଆଲୋକିତ କରିବା ପାଇଁ ସେମାନଙ୍କର ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରଂଶସନୀୟ। ବିଶେଷ ଭାବରେ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଓ ଚାପମୁକ୍ତ କରିବା ଦିଗରେ ସେମାନଙ୍କ ଅଭିନବ ପାଠପଢା ଶୈଳୀ ପ୍ରେରଣାଦାୟୀ। ଜାତୀୟ ଶିକ୍ଷା ନୀତିର ଭାବନାକୁ ଆଗକୁ ବଢ଼ାଇବା ପାଇଁ ଶିକ୍ଷକମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଭାରତ ଏହି ଶିକ୍ଷକମାନଙ୍କ ପ୍ରତିବଦ୍ଧତା ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ବସନ୍ତ କୁମାର ରଣା ଓ ତରୁଣ କୁମାର ଦାଶଙ୍କୁ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଉଲ୍ଲେଖ କରିଛନ୍ତି “ମାଲକାନଗିରି ଓ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷା ପ୍ରଦାନ କରିବା ଦିଗରେ ଆପଣମାନଙ୍କ ଭଳି ଶିକ୍ଷକଙ୍କ ନିଷ୍ଠା ଏବଂ ପାଠ ପଢାଇବାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଆପଣମାନଙ୍କ କାର୍ଯ୍ୟ ଶିକ୍ଷା ସମାଜକୁ ସର୍ବଦା ଅନୁପ୍ରାଣିତ କରିବ”। ଏତଦବ୍ୟତୀତ ଦେଶର ପୂର୍ବତନ ରାଷ୍ଟ୍ରପତି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ ଉଲ୍ଲେଖ କରିଛନ୍ତି, ଗୁରୁମାନେ କେବଳ ପଢିବା ଏବଂ ପଢାଇବାରେ ସୀମିତ ନୁହେଁ ବରଂ ସେମାନେ ଆମକୁ ଚିନ୍ତା କରିବାର ଦୃଷ୍ଟି, ଜୀବନ ଜୀଇଁବାର କଳା ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱର ଭାବନା ଶିକ୍ଷାଇଥାନ୍ତି ।

ଗୁରୁ ଦିବସ ଜାତୀୟ ଶିକ୍ଷକ ପୁରସ୍କାର ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026
Latest News

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.