Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ  ସ୍ୱାକ୍ଷର
ଆଜିର ଖବର

ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ  ସ୍ୱାକ୍ଷର

September 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମଓୟୁ  ସ୍ୱାକ୍ଷର
ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ  ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ରିସର୍ଚ୍ଚ ସେଣ୍ଟର(ଓଆରଏସ), ଭୁବନେଶ୍ୱର ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(ଟିଆଇଏସଏସ), ମୁମ୍ବାଇ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ) ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ସହ ଓଡ଼ିଶାର ଭବିଷ୍ୟତ ଓ ଯୁବପିଢିର ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରବିବାର ଏହି ଏମଓୟୁ ସ୍ୱାକ୍ଷର ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଓଆରଏସ ଏବଂ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଦୁଇଟି ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଏହା କେବଳ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଚୁକ୍ତିନାମା ନୁହେଁ ବରଂ ଓଡ଼ିଶାର ଭବିଷ୍ୟତ ତଥା ଯୁବପିଢିର ଗବେଷଣାକୁ ଆଗକୁ ନେବା ପାଇଁ ଏକ ମହତ୍ୱକାଂକ୍ଷୀ ଉଦ୍ୟମ। ଏହି ପଦକ୍ଷେପ ଓଡ଼ିଶାର ସାମାଜିକ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ କରିବ। ସେ ଆହୁରି କହିଛନ୍ତି ଯେ ଇତିହାସ ଦର୍ପଣ ସ୍ୱରୂପ। କୌଣସି ଜାତି ତା’ର ଇତିହାସକୁ ମନେ ନ ପକାଇ ଭବିଷ୍ୟତକୁ ଦେଖିପାରିବନି। ଓଡ଼ିଶାରେ ସଂଗଠିତ କଳିଙ୍ଗ ଯୁଦ୍ଧର ଇତିହାସ ମଧ୍ୟ ଅନ୍ୟ ଦେଶରେ ରହିଛି।

ନାକଟିଦେଉଳ ପାଖରେ ଥିବା ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳ ପୁରାତନ ମାନବ ସଭ୍ୟତା ସହ ଯୋଡି ହୋଇରହିଥିବାର ପ୍ରମାଣ ଦେଉଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିରର ନିର୍ମାଣ ଶୈଳୀ ଆମ ଓଡ଼ିଆ ଜାତିର ବୈଜ୍ଞାନିକ ଚିନ୍ତାଧାରା ଓ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ। ଓଡ଼ିଶା ଭାଷା ଏବଂ ସାହିତ୍ୟର ମଧ୍ୟ ସୁଦୀର୍ଘ ଇତିହାସ ଅଛି। ସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ନାରୀ ସଶକ୍ତୀକରଣର ଅନ୍ୟତମ ପ୍ରତୀକ। ଏହି ସମସ୍ତ ବ୍ୟବସ୍ଥା ଓ ସାହିତ୍ୟର ମୂଳରେ ଅନ୍ତର୍ନିହିତ ବୈଜ୍ଞାନିକ, ସାମାଜିକ ଓ ଅର୍ଥନୈତିକ ଦର୍ଶନ ରହିଛି। ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ। ଆମକୁ ଆମର ଇତିହାସକୁ ପ୍ରାଥମିକତା ଦେଇ ଓଡ଼ିଶା ଗବେଷଣା କେନ୍ଦ୍ର ମାଧ୍ୟମରେ ଗବେଷଣା ଓ ତଥ୍ୟ ଆଧାରରେ ଯୁବପିଢିଙ୍କ ପାଖରେ ସବୁ ବିଷୟ ଉପସ୍ଥାପନା କରିବା ଆମର ଲକ୍ଷ୍ୟ।

ଓଡ଼ିଶା ହେଉଛି ଅପାର ସମ୍ଭାବନାର ରାଜ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ନ୍ୟୁ ଏଜ୍ ଇକୋନୋମୀ ତିଆରି କରିବା ସମୟର ଆବଶ୍ୟକତା। ଆମ ରାଜ୍ୟର ପ୍ରତିଟି ଜିଲ୍ଲା ଶିକ୍ଷା, ଐତିହ୍ୟ, କଳା, ସଂସ୍କୃତି, ଇତିହାସ ଓ ସାହିତ୍ୟ ଦୃଷ୍ଟିରୁ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ଦେବତା। ଓଡ଼ିଆ ଲୋକମାନେ ସବୁବେଳେ ସାହସୀ। ବାଇମୁଣ୍ଡି, ଧର୍ମପଦ, ବାଜି ରାଉତ ସମୟ ସମୟରେ ଗୋଟିଏ ସମାଜ ଓ ଯୁବପିଢିର ତ୍ୟାଗ ଓ ସାହସକୁ ପ୍ରତିନିଧିତ୍ୱ କରିଛନ୍ତି। ବର୍ତ୍ତମାନର ସମୟ ଆସିଛି, ଆମକୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପଡିବ । ଗବେଷଣା ମାଧ୍ୟମରେ ଓଡ଼ିଶାର ଥିବା ସବୁ ସମ୍ଭାବନାକୁ ଉପଯୋଗ କରିବା, ଏ ଦିଗରେ ଆଜିର ଏମଓୟୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଥିଲେ।

ଏହି ଏମଓୟୁ ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତ୍ତୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ଆଇସିଏସଏସଆରର ମେମ୍ବର ସେକ୍ରାଟେରୀ ପ୍ରଫେସର ଧନଞ୍ଜୟ ସିଂହ, ଟିଆଇଏସଏସର କୁଳପତି ପ୍ରଫେସର ବଦ୍ରି ନାରାୟଣ ତିୱାରୀ, ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ପ୍ରଫେସର କିଶୋର ବାଶା ଏବଂ ପରିଚାଳନା ପରିଷଦର ଅନ୍ୟାନ୍ୟ ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ।

ଆଇଆଇଟି ଖଡଗପୁର ଆଇଆଇଟି ଭୁବନେଶ୍ୱର ଏମଓୟୁ ସ୍ୱାକ୍ଷର ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଧର୍ମେନ୍ଦ୍ର ପ୍ରଧାନ ସୂର୍ଯ୍ୟବଂଶୀ ସୂରଜ
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.