Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର
ଆଜିର ଖବର

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର
ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

ଭୁବନେଶ୍ଵର: ଇନଫାଇସନ୍ ଏଣ୍ଟରଟେନମେଣ୍ଟ (Infyson Entertainment) ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷିତ ଫିଲ୍ମର ଟିଜର ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ଟିଜର ରିଲିଜ୍ ଅବସରରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଓଡ଼ିଆ ସିନେ ପ୍ରଯୋଜକ ଅଜିତ ମିଶ୍ର, ସଂସ୍କୃତି ବିଭାଗ ଡେପୁଟି ଡାଇରେକ୍ଟର ସ୍ମିତା ମହାନ୍ତି, ବ୍ଲୁଜୁମ୍ ସ୍କୁଲ ର ଅଧ୍ୟକ୍ଷା ନଦିଆ ମୁଗବେଲପୁର, ବ୍ରଜରାଜ ମୁଭିଜ୍ ର ଡ଼ାଇରେକ୍ଟର ନିତୁ ନାୟକ, ଫିଲ୍ମ ର ପ୍ରଯୋଜକ ଜେ.ଆର୍.ଏମ୍, ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ, ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଷୋୟୀ, ଉତ୍ତମ କୁମାର, ମାର୍କେଟିଂ ଓ ପିଆର ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଶକ୍ତି ବରାଳ, ଅଭିନେତା ଅଭିଷେକ, ଅଭିନେତ୍ରୀ ଶିବାନୀ ସଙ୍ଗୀତା ପ୍ରମୁଖ ଉପସ୍ଥିତ ଥିଲେ।

‘ଦ ମିଲେଟ୍ ଡାଏରୀ’ କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି। ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖବର ଯେ, ଚଳଚ୍ଚିତ୍ରଟି ଆସନ୍ତା ରଜ ଉପଲକ୍ଷେ ଜୁନ ୧୨ ତାରିଖରେ ପରଦାକୁ ଆସୁଛି ଯାହାର ଟିଜରଟି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ଶୀର୍ଷରେ।

କାହାଣୀରେ କ’ଣ ଅଛି ଖାସ୍?:

ଏହି ସିନେମାଟି ଆମକୁ ନେଇଯିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା, ଥିଲା ସଭ୍ୟତାର ପରିଚୟ।

ଅନନ୍ୟ ପ୍ରେମ କାହାଣୀ: ସଂଗ୍ରାମ ଭିତରେ ସମ-ସାମୟିକ କାଳଚକ୍ର ର ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରକୁ ଅଧିକ ଭାବପୂର୍ଣ୍ଣ କରିବ।

ଏହି ଚଳଚ୍ଚିତ୍ରରେ ଓଲିଉଡର ଅନେକ ଜଣାଶୁଣା ଓ ଦକ୍ଷ କଳାକାରମାନେ ଅଭିନୟ କରିଛନ୍ତି। ସେମାନେ ହେଲେ, ମୁଖ୍ୟ ଭୂମିକାରେ: ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ। ଅନ୍ୟାନ୍ୟ ପ୍ରମୁଖ କଳାକାରମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା।

ପରଦା ପଛର ସାରଥି ଏହି ଭିନ୍ନଧର୍ମୀ ସିନେମାକୁ ସଜେଇଛନ୍ତି ଓଡ଼ିଶାର ଦକ୍ଷ କଳାକାର ଓ ବୈଷୟିକ ଟିମ୍।
ପ୍ରଯୋଜନା ଓ କାହାଣୀ ଜେ.ଆର୍.ଏମ୍, ନିର୍ଦ୍ଦେଶନାରେ ରାଜେନ୍ଦ୍ର ମହାନ୍ତ। ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର।

ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, ସିନେମାଟୋଗ୍ରାଫି ବିଶ୍ୱଜିତ କୁଲ୍ଡି ଏବଂ ଈଶ୍ୱର ବାରିକ। ସମ୍ପାଦନା ଦାୟିତ୍ୱରେ ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ। କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ।

ଚଳିତ ବର୍ଷ ରଜରେ ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ। ତେବେ ନିଜ ମାଟିର ଇତିହାସ ଏବଂ ଏକ ହୃଦୟସ୍ପର୍ଶୀ କାହାଣୀ ରଜରେ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଗଣମାଧ୍ୟମକୁ କୁହାଯାଇଛି।

Infyson Entertainment ଓଡିଆ ଚଳଚ୍ଚିତ୍ର କଳିଙ୍ଗର କବିରାଜି ଦ ମିଲେଟ୍ ଡାଏରୀ ନିଆରା କାହାଣୀ ମାଣ୍ଡିଆର ଇତିହାସ
Share. Facebook Twitter LinkedIn Email WhatsApp Copy Link

Related Posts

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026
Latest News

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.